ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଘରର ଛାତ ଉପରେ ବୁଲୁଥିବା ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କଲେ ଦୁର୍ବୃତ୍ତ। ଏହି ଆକ୍ରମଣରେ ମହିଳାଜଣକ ଆଖି ବୁଜିଥିବା ବେଳେ ଦୁର୍ବୃତ୍ତଙ୍କ ଟେର ପାଇପାରିନି ପୁଲିସ୍। କିଏ ଓ କାହିଁକି ଏପରି କାଣ୍ଡ ଘଟାଇଲା ତାକୁ ନେଇ ଆରମ୍ଭ ହୋଇଯାଇଛି ତନାଘନା। ଏପରି ଅଭାବନୀୟ କାଣ୍ଡ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମଳାସପଦର ଛକ ନିକଟରେ ଘଟିଛି। ମୃତା ମହିଳା ହେଲେ ମଳାସପଦର ଗ୍ରାମର ପ୍ରଶାନ୍ତ କୁମାର ସାହୁଙ୍କ ପତ୍ନୀ ଜ୍ୟୋସ୍ନା ରାଣୀ ସାହୁ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ଗତରାତିରେ ଜ୍ୟୋସ୍ନା ଏକୁଟିଆ ନିଜ ଘରର ଛାତ ଉପରେ ବସିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଘର ବାରିପଟୁ ଛାତ ଉପରକୁ ଚଢି ଆସିଥିଲେ। ଏହାପରେ ଧାରୁଆ ଅସ୍ତ୍ରରେ ଅତର୍କିତ ଭାବେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଜ୍ୟୋସ୍ନାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଛାତ ଉପରକୁ ଆସିବା ଦେଖି ଦୁର୍ବୃତ୍ତମାନେ ଛାତ ଡେଇଁ ପଳାଇଲେ। ଏହାପରେ ପରିବାର ଲୋକେ ଛାତ ଉପରେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।
ଖବର ପାଇ ଭଞ୍ଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ି ନ ଥିବା ବେଳେ ହତ୍ୟା ଅଭିଯୁକ୍ତଙ୍କ ଟେର ମିଳିପାରିନି।
The post ଛାତ ଉପରେ ବସିଥିଲେ ମହିଳା, ଅତର୍କିତ ଆକ୍ରମଣ କଲେ ଦୁର୍ବୃତ୍ତ appeared first on Odisha Reporter.
from Odisha Reporter https://ift.tt/2DUNBLM
No comments:
Post a Comment