ଆଜି NEET ପରୀକ୍ଷା , PPE କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ ଇନଭିଜିଲେଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 12, 2020

ଆଜି NEET ପରୀକ୍ଷା , PPE କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ ଇନଭିଜିଲେଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶରେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET । ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଆଜି ପରୀକ୍ଷା ଦେବେ । ରାଜ୍ୟରେ ପରୀକ୍ଷା ଦେବାକୁ ଯାଉଛନ୍ତି ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଏଥିପାଇଁ ୭ଟି ସହରରେ ହୋଇଛି ୮୩ଟି ପରୀକ୍ଷା କେନ୍ଦ୍ର ।

ଜେଇଇ ମେନ୍ ଭଳି NEET ଲାଗି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ସତର୍କତାକୁ ସର୍ବାଧିକ ଗୁରୁତ୍ୱ ମିଳିଛି । National Testing Agency ପରୀକ୍ଷାର୍ଥୀଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦେଇଛି । କେନ୍ଦ୍ର ବାହାରେ ଭିତରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି।  ପ୍ରତି ରୁମ୍‌ରେ କେବଳ ୧୨ ଜଣ ପରୀକ୍ଷାର୍ଥୀ ବସିବାକୁ ବ୍ୟବସ୍ଥା ହୋଇଛି।

PPE କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ ଇନଭିଜିଲେଟର । ଛାତ୍ରଛାତ୍ରୀଙ୍କ ରହଣୀ ସ୍ଥାନରେ ମେଡିକାଲ ଟିମ୍‌ ମହଜୁଦ ରଖାଯାଇଛି।  ଭୁବନେଶ୍ୱରରେ ସର୍ବାଧିକ ୩୧ଟି ପରୀକ୍ଷା କେନ୍ଦ୍ର ହୋଇଥିବାରୁ ଦୂର ଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ମାଗଣା ଟ୍ରେନ୍ ସେବା ମିଳିଛି । ସେହିଭଳି ସହରରେ ୬ଟି ରହଣୀ କେନ୍ଦ୍ରରେ ରହିବା, ଖାଇବା ସହ ଯେପରି କରୋନା ସଂକ୍ରମଣ ନବ୍ୟାପେ ସେଥିଲାଗି, ସବୁ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି ।

ଆଜି ଅପରାହ୍ନ ୨ଟାରୁ ଅପରାହ୍ନ ୫ଟା ଯାଏ NEET ପରୀକ୍ଷା ହେବ। ଏହାର ଅଢେଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

The post ଆଜି NEET ପରୀକ୍ଷା , PPE କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ ଇନଭିଜିଲେଟର appeared first on Odisha Reporter.



from Odisha Reporter https://ift.tt/3mjyUDe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages