ନିରବି ଗଲେ ହାଥରସ ଜିଲ୍ଲାର ପୀଡ଼ିତା, ଘାସ କାଟିବାକୁ ଯାଇ ହୋଇଥିଲେ ଦୁଷ୍କର୍ମର ଶିକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ନିରବି ଗଲେ ହାଥରସ ଜିଲ୍ଲାର ପୀଡ଼ିତା, ଘାସ କାଟିବାକୁ ଯାଇ ହୋଇଥିଲେ ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ୧୯ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ହାରିଛନ୍ତି ଉତ୍ତର ପ୍ରଦେଶ ହାଥରସ ଜିଲ୍ଲାର ପୀଡ଼ିତା। ସେପ୍ଟେମ୍ୱର ୧୪ରେ ୧୯ ବର୍ଷୀୟ ଏହି ଯୁବତୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତା ଜଣଙ୍କ ଦଳିତ ହୋଇଥିବା ବେଳେ ଚାରି ଅଭିଯୁକ୍ତ ଉଚ୍ଚ ଜାତିର ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ମାନେ ଦୁଷ୍କର୍ମ କରିବା ସହିତ ପ୍ରମାଣ ନଷ୍ଟ କରିବା ପାଇଁ ପୀଡ଼ିତାଙ୍କ ଜିଭ କାଟି ନେଇଥିଲେ। ଏମିତିକି ପୀଡ଼ିତାଙ୍କ ଶରୀରରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କ୍ଷତବିକ୍ଷତ କରି ଦେଇଥିଲେ। ଯେଉଁଥିପାଇଁ ତାଙ୍କର ଅନେକ ନର୍ଭ ମଧ୍ୟ କାମ କରୁନଥିଲା। ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଆଲିଗଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଚାରି ଅଭିଯୁକ୍ତ ଏବେ ଦୁଷ୍କର୍ମ ସହିତ ଏସସି/ଏସଟି ଆକ୍ଟରେ ଗିରଫ ପୂର୍ବରୁ ଗିରଫ ହୋଇଛନ୍ତି। ଏବେ ତାଙ୍କ ନାମରେ  ହତ୍ୟା ଦଫା ମଧ୍ୟ ଲାଗିବ। ଯେହେତୁ ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଇଛି।

ସେପ୍ଟେମ୍ୱର ୨୩ ତାରିଖରେ ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ ତିନି ଜଣଙ୍କୁ ଗିରଉଫ କରିଥିଲା। ତିନି ଅଭିଯୁକ୍ତ ହେଲେ ସନ୍ଦୀପ, ସନ୍ଦୀପର ସମ୍ପର୍କୀୟ ରବି (୩୫) ଏବଂ ତାଙ୍କ ସାଙ୍ଗ ଲବକୁଶ।

ସୂଚନା ଅନୁଯାୟୀ ପୀଡ଼ିତା ଗାଈଙ୍କ ପାଇଁ ଘାସ କାଟିବାକୁ ଯାଇଥିଲେ। ସେ ଯେଉଁଠାରେ ବସି ଘାସ କାଟୁଥିଲେ ତାଠୁ ମାତ୍ର ୧୦୦ ମିଟର ଦୂରରେ ଅଭିଯୁକ୍ତ ମାନେ ଥିଲେ। ଅସୁରକ୍ଷିତ ମନେ କରିବା ପରେ ପୀଡ଼ିତା ଜଣଙ୍କ ଚିତ୍କାର କରିିଥିଲେ।

ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି କୌଣସି ପାରିବାରିକ ଶତ୍ରୁତା ନଥିଲା ଅଭିଯୁକ୍ତଙ୍କ ସହିତ। ହେଲେ ଅଭିଯୁକ୍ତ ସନ୍ଦୀପ ସ୍ଥାନୀୟ ଅଞ୍ଚଳରେ ଦଳିତଙ୍କୁ ହଇରାଣ କରୁଥିବାର ପୂର୍ବରୁ ପ୍ରମାଣ ରହିଛି। ନିକଟରେ ସେ ତିନି ମାସ ଜେଲରେ ରହି ଫେରିଥିଲା ବୋଲି ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି।

The post ନିରବି ଗଲେ ହାଥରସ ଜିଲ୍ଲାର ପୀଡ଼ିତା, ଘାସ କାଟିବାକୁ ଯାଇ ହୋଇଥିଲେ ଦୁଷ୍କର୍ମର ଶିକାର appeared first on Odisha Reporter.



from Odisha Reporter https://ift.tt/3jc4hhn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages