ସୁରତ: ଟ୍ରକ୍ ଯୋଗେ ଓଡ଼ିଶାରୁ ସୁରତକୁ ଚାଲାଣ ହେଉଥିଲା ଗଞ୍ଜେଇ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜବତ କଲା ସୁରତ କ୍ରାଇମବ୍ରାଞ୍ଚ ଟିମ୍।ପୁରୁଣା ଗାଁ ନିକଟ ସରୋଲି ରୋଡ ନିକଟରୁ ୫୬୨ କେଜି ଗଞ୍ଜେଇ ଜବତ କଲା ସୁରତ କ୍ରାଇମବ୍ରାଞ୍ଚର ଟିମ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫୬ ଲକ୍ଷରୁ ଅଧିକ ହେବ ବୋଲି କହିଛି କ୍ରାଇମବ୍ରାଞ୍ଚ ।
ଓଡ଼ିଶାରୁ ରୋଡ୍ ଯୋଗେ ଗଞ୍ଜେଇ ସୁରତକୁ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ ଟିମ୍ ଚଢାଉ କରି ଟ୍ରକ ଡ୍ରାଇଭର ଓ ହେଲପର ସମେତ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି। ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା ପରେ ସୁରତରେ ରହୁଥିବା ଆସିକା ଅଞ୍ଚଳର କିଛି ଯୁବକଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବା ଜଣାଯାଇଛି।
The post ଓଡ଼ିଶାରୁ ସୁରତ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଦେଲା କ୍ରାଇମବ୍ରାଞ୍ଚ appeared first on Odisha Reporter.
from Odisha Reporter https://ift.tt/3cobvfy
No comments:
Post a Comment