ପୁନେ: ଜୋର୍ ଧରିଛି ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଏନସିବି ତଦନ୍ତ। ଏପଟେ ରାଜନୈତିକ ବୟାନବାଜୀ ମଧ୍ୟ ଚାଲିଛି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ବଲିଉଡ୍ ଡ୍ରଗ୍ସ ଲିଙ୍କ୍, ବିହାର ରାଜନୀତି, ମହାରାଷ୍ଟ୍ର ସରକାର ବନାମ କଙ୍ଗନା ରଣାଓ୍ୱତ, ବଲିଉଡ୍ ମାଫିଆ, ନେପୋଟିଜମ୍ ଆଦି ପ୍ରସଙ୍ଗ ସାମ୍ନାକୁ ଆସିଛି। ମାମଲାର ତଦନ୍ତ କରୁଥିବା ଏନସିବି ବଲିଉଡ୍ ଟପ୍ ହିରୋଇନମାନଙ୍କୁ ସମନ କରିଛି। ଏସବୁ ଭିତରେ ମହାରାଷ୍ଟ୍ର ବିଧାନ ପରିଷଦରେ ବିରୋଧୀ ଦଳ ନେତା ତଥା ବିଜେପି ନେତା ପ୍ରବୀଣ ଦାରେକର କଙ୍ଗନାଙ୍କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି।
ପ୍ରବୀଣ ଦାରେକର କହିଛନ୍ତି ଯେ, ଯଦି କଙ୍ଗନା ଡ୍ରଗ୍ସ ଆଡିକ୍ଟ ତେବେ ଏନସିବି ତାଙ୍କ ବିରୁଦ୍ଧରେ ତଦନ୍ତ କରିବା ଉଚିତ୍। ବୁଧବାର ଦାରେକର ଏଭଳି ମନ୍ତବ୍ୟ ଦେଇ କହିଛନ୍ତି ଯେ, କଙ୍ଗନା ଆଇନ୍ ଉପରେ ନୁହନ୍ତି। ଯଦି ସେ କହୁଛନ୍ତି, ସେ ଏକ ମାଦକ ଦ୍ରବ୍ୟର ନିଶା ହୋଇଯାଇଥିଲା। ତେବେ ଏନସିବି ଏହାର ତଦନ୍ତ କରିବା ଉଚିତ୍। କାରଣ ଆମ ଦେଶରେ ଆଇନ୍ ସମସ୍ତଙ୍କ ପାଇଁ ସମାନ ବୋଲି ସେ କହିଛନ୍ତି।
ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ବଲିଉଡ୍ ଡ୍ରଗ୍ସ ରାକେଟର ଖୋଳତାଡ଼ କରୁଛି। ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି ଗିରଫ ମଧ୍ୟ କରିସାରିଛି। ତେବେ ମାମଲାର ସିବିଆଇ ତଦନ୍ତ ଚାଲିଛି। ସେପଟେ ଟଙ୍କା ହେରଫେର୍ ହୋଇଥିବା ନେଇ ଇଡି ମଧ୍ୟ ମାମଲାର ତଦନ୍ତ କରୁଛି।
ସୂଚନା ଯେ, ଏନସିବି ରିୟାଙ୍କୁ ଜେରା କଲାବେଳେ ବଲିଉଡ୍ ଡ୍ରଗ୍ସ ରାକେଟ୍ ସହ ଜଡ଼ିତ ଅନେକ ନାଁ ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଜବତ କରାଯାଇଥିବା ରିୟାଙ୍କ ମୋବଇଲ ହ୍ୱାଟ୍ସ ଆପ୍ ଚାଟରୁ ମଧ୍ୟ ଅନେକ ସେଲିବ୍ରିଟିଙ୍କ ଡ୍ରଗ୍ସ ଲିଙ୍କ୍ ରହିଥିବା ପର୍ଦ୍ଦାଫାଶ ହୋଇଛି। ଏହି କ୍ରମରେ ଏନସିବି ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲୀ ଖାନ୍ ଏବଂ ରକୁଲ ପ୍ରୀତ ସିଂହଙ୍କ ଭଲି ଟପ୍ ଅଭିନେତ୍ରୀଙ୍କୁ ସମନ କରିଛି। ଅନ୍ୟପଟେ ସୋଶାଲ ମିଡିଆରେ ମଧ୍ୟ କଙ୍ଗନାଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସେ ନିଜେ ଏକଦା ଡ୍ରଗ୍ସ ଆଡିକ୍ସ ଥିଲେ ବୋଲି କହୁଛନ୍ତି।
The post କଙ୍ଗନାଙ୍କୁ ନେଇ ବିଜେପି ନେତାଙ୍କ ବଡ଼ ବୟାନ appeared first on Odisha Reporter.
from Odisha Reporter https://ift.tt/3mM2CBh
No comments:
Post a Comment