ନିଜ ଦଳର ଆଇଟି ସେଲ ମୁଖ୍ୟଙ୍କୁ ହଟାଇବାକୁ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 8, 2020

ନିଜ ଦଳର ଆଇଟି ସେଲ ମୁଖ୍ୟଙ୍କୁ ହଟାଇବାକୁ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ   

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସବ୍ରମଣ୍ୟମ ସ୍ୱାମୀ ନିଜ ଦଳର ଆଇଟି ସେଲ୍ ମୁଖ୍ୟଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, “ଯଦି ଆଇଟି ମୁଖ୍ୟ ପଦବୀରୁ ଅମିତ ମାଲବ୍ୟଙ୍କୁ ବିଦା ନକରାଯିବ, ତା’ହେଲେ ମୁଁ ବୁଝିବି ଯେ ଦଳ ମୋତେ ରକ୍ଷା କରିବାକୁ ଚାହୁଁନାହିଁ। ଏଭଳି ପରିସ୍ଥିତିରେ ମୋତେ ନିଜକୁ ରକ୍ଷା କରିବାକୁ ପଡିବ।”

ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି ଯେ ବିଜେପିର ଆଇଟି ସେଲ ଦୁର୍ନୀତିଗ୍ରସ୍ତ ହୋଇଯାଇଛି ଏବଂ ନକଲି ଆକାଉଣ୍ଟ ତିଆରି କରି ତାଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି। ଅମିତ ମାଲବ୍ୟଙ୍କୁ ଆସନ୍ତାକାଲି (ଗୁରୁବାର) ସୁଦ୍ଧା ହଟାଇବାକୁ ହେବ। ନହେଲେ ମୁଁ ବୁଏଝିବି ଯେ ଦଳ ମୋତେ ରକ୍ଷା କରିବାକୁ ଚାହୁଁନାହିଁ। ଏଭଳି ପରିସ୍ଥିତିରେ ମୋତେ ନିଜକୁ ରକ୍ଷା କରିବାକୁ ପଡ଼ିବ।

ସୁବ୍ରମଣ୍ୟମ୍ ସ୍ୱାମୀ ନିକଟରେ ଏନଇଇଟି, ଜେଇଇ ଏବଂ ଚୀନ୍ ସୀମା ପ୍ରସଙ୍ଗରେ ଦେଉଥିବା ମନ୍ତବ୍ୟ ଦଳ ଏବଂ ସରକାର ପାଇଁ ଅଡୁଆ ସୃଷ୍ଟି କରିଛି। ସ୍ୱାମୀ ଚାହୁଁଛନ୍ତି ଯେ ପରୀକ୍ଷା ବାତିଲ କରାଯାଉ। ଏହାପୂର୍ବରୁ ସେପ୍ଟେମ୍ବର ୭ରେ ସୁବ୍ରମଣ୍ୟମ ସ୍ୱାମୀ ଲେଖିଥିଲେ ଯେ ସେ ନକଲି ଆଇଡି ସହିତ ବ୍ୟକ୍ତିଗତ ଆକ୍ରମଣର ଶିକାର ହେଉଛନ୍ତି।

ସୁବ୍ରମଣ୍ୟମ ସ୍ୱାମୀ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି, ‘ମୁଁ ଏପର୍ଯ୍ୟନ୍ତ ସେମାନଙ୍କୁ ଅଣଦେଖା କରୁଥିଲି। କିନ୍ତୁ ବିଜେପି ଏଭଳି ଲୋକଙ୍କୁ ହଟାଇବା ଉଚିତ୍।’

The post ନିଜ ଦଳର ଆଇଟି ସେଲ ମୁଖ୍ୟଙ୍କୁ ହଟାଇବାକୁ ଦାବି କଲେ ସୁବ୍ରମଣ୍ୟମ ସ୍ୱାମୀ    appeared first on Odisha Reporter.



from Odisha Reporter https://ift.tt/328YYsT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages