ରାଜ୍ୟରେ ଚିହ୍ନଟ ହେଲେ ୩୭୪୮ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 8, 2020

ରାଜ୍ୟରେ ଚିହ୍ନଟ ହେଲେ ୩୭୪୮ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୭୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ  ୨୨୧୦ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୧୫୩୮ ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଗତ ୨ ଦିନ ହେବ କ୍ରମଶଃ ହ୍ରାସ ପାଉଥିଲେ ମଧ୍ୟ  ଏବେ ବି ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଏହି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି।  ଏହି ଜିଲ୍ଲାରୁ ସର୍ବାଧିକ ୬୧୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୯୨, ପୁରୀରୁ ୩୮୭, ଯାଜପୁରରୁ ୧୪୦, ସୁନ୍ଦରଗଡ଼ରୁ ୧୫୭, ସୋନପୁରରୁ ୧୨୪, ନବରଙ୍ଗପୁରରୁ ୧୨୧ ଓ କେନ୍ଦ୍ରାପଡ଼ାରୁ ୧୧୬ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

ଏହାବ୍ୟତୀତ ଜଗତସିଂହପୁର ଜିଲ୍ଲାରୁ ୯୪, କନ୍ଧମାଳରୁ ୮୫, ରାୟଗଡ଼ାରୁ ୮୨, ଗଞ୍ଜାମ ଜିଲ୍ଲାରୁ ୭୧, ଢେଙ୍କାନାଳ ଜିଲ୍ଲାରୁ ୬୫, ନୟାଗଡ଼ରୁ ୬୯, ବୌଦ୍ଧ ଜିଲ୍ଲାରୁ ୫୮, କୋରାପୁଟରୁ ୯୭ ଓ ଝାରସୁଗୁଡ଼ାରୁ ୭୦ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି।

ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୫୧୩୦ରେ ପହଞ୍ଚିଥିବା ବେଳେ  ୧୦୨୧୮୫ ଜଣ ସୁସ୍ଥ ହୋଇସାରିଲେଣି।  ଏହାବ୍ୟତୀତ  ରାଜ୍ୟରେ ୩୨୩୧୨  ଆକ୍ଟିଭ କେସ୍‌ ଥିବା ବେଳେ କରୋନାରେ ୫୮୦ ଜଣ ଆଖି ବୁଜି ସାରିଲେଣି।

The post ରାଜ୍ୟରେ ଚିହ୍ନଟ ହେଲେ ୩୭୪୮ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା appeared first on Odisha Reporter.



from Odisha Reporter https://ift.tt/3ic01Op

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages