କାଲିଠୁ ବିଧାନସଭା ଅଧିବେଶନ; ସଦସ୍ୟଙ୍କ ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

କାଲିଠୁ ବିଧାନସଭା ଅଧିବେଶନ; ସଦସ୍ୟଙ୍କ ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସାମାଜିକ ଦୂରତା ବଜାୟ ରଖିବା ସହ ସଦସ୍ୟଙ୍କ ବସିବା ଲାଗି ବିଶେଷ ଆୟୋଜନ ହୋଇଛି ।

ଅଧିବେଶନ ପାଇଁ ସମସ୍ତ ବିଧାୟକ, କର୍ମଚାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଉଛି।  ତେବେ ପ୍ରଥମ ଦିନରେ ସଂଗୃହିତ ୭୫୭ ନମୁନାରୁ ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ଟେଷ୍ଟିଂ ପାଇଁ ବିଧାନସଭା ପରିସରରେ ୬ଟି କାଉଣ୍ଟର କରାଯାଇଥିବା ବେଳେ ଆଜି ମଧ୍ୟ ନମୁନା ସଂଗ୍ରହ ହେବ । ପରୀକ୍ଷାରେ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ, କେବଳ ସେମାନଙ୍କୁ ହିଁ ବିଧାନସଭା ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ।

ମନ୍ତ୍ରୀ, ବିଧାୟକ ଓ ବିଧାନସଭାର ସମସ୍ତ କର୍ମଚାରୀ ନିଜର କରୋନା ଟେଷ୍ଟ କରାଇବା ବାଧ୍ୟତାମୂଳକ କରାଯାଇଛି । ସେପଟେ ଧାରଣାସ୍ଥଳରେ ମଧ୍ୟ କୋଭିଡ ନିୟମ କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି  ପୁଲିସ୍‌  କମିଶନର ସୁଧାଂଶୁ ଷଡ଼ଙ୍ଗୀ । ବିକ୍ଷୋଭ ନେଇ ଏପର୍ଯ୍ୟନ୍ତ କେହି ଆବେଦନ କରି ନାହାନ୍ତି । ଯଦି କେହି ଆବେଦନ କରିବେ, ତା ହେଲେ ସରକାର ନିଷ୍ପତ୍ତି ନେବେ ବୋଲି ସିପି ସୂଚନା ଦେଇଛନ୍ତି ।

The post କାଲିଠୁ ବିଧାନସଭା ଅଧିବେଶନ; ସଦସ୍ୟଙ୍କ ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ appeared first on Odisha Reporter.



from Odisha Reporter https://ift.tt/2S3MaOv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages