ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ। ପ୍ରଶ୍ନ ଉଠାଇଲେ ଖୋଦ୍ ଶାସକ ଦଳର ବିଧାୟକ ଉମା ସାମନ୍ତରାୟ। କହିଲେ ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସଂପୂର୍ଣ୍ଣ ମିଛ ନୁହେଁ। ବିଧାୟକ କହିଛନ୍ତି ଯେ, ଯେତିକି ବେଡ୍ ଅଛି, ତାହାଠାରୁ ଅଧିକ ରୋଗୀ ଆସୁଛନ୍ତି। ମୁଁ ଏକଥା କୁ ସ୍ୱୀକାର କରୁଛି । ବିଧାୟକ କହିଛନ୍ତି ଯେ, ଯେଉଁ ହାରରେ ରୋଗୀ ବଢ଼ୁଛନ୍ତି ଆମକୁ ଆଜିର ଦିନରେ ଆଉ ଅଧିକ ଆଇସିୟୁ ବେଡ଼ ଦରକାର । ଆମେ ବିଧାନସଭାରେ ବି ଏକଥା ଆଲୋଚନା କରିବୁ । ଯେତିକି ବେଡ଼ ଅଛି ତାହା ଠୁ ଅଧିକ ରୋଗୀ ଆସୁଛନ୍ତି ।
ତେଣୁ ଆମକୁ ଆଉ ଅଧିକ ବେଡ଼ ଆବଶ୍ୟକ ରହିଛି । ଯେଉଁ ରୋଗୀ ମାନଙ୍କୁ କୋଭିଡ ହୋଇ ନାହିଁ ସେମାନେ ବି ମେଡିକାଲ ଗଲେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ । ଆମେ ବିଧାନସଭାରେ ଏକଥାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ । ଆଗରୁ ଥିବା ଓଏସଟିଏଫ ଫଣ୍ଡ ଏବଂ bsky କାର୍ଡ ରେ ବହୁତ ତାରତମ୍ୟ ରହୁଛି । ଯେଉଁଥି ପାଇଁ ରୋଗୀ ମାନେ ମେଡିକାଲ ଯାଇ ଅସୁବିଧାର ସମୂଖୀନ ହେଉଛନ୍ତି । bsky କାର୍ଡରେ ବି ସୁବିଧା ମିଳୁନି ।
bsky କୁ ଓଏସଟିଏଫ ସହିତ ସମାନ କରିବାକୁ ହେବ । ଆପଲୋ ଓ ଆମ୍ରିରେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହିତ ସହ ବନ୍ଧିତ ହୋଇ ନାହାନ୍ତି । ଆମକୁ ବର୍ତ୍ତମାନ ଯେତିକି ଆଇସିୟୁ ଅଛି ସବୁ ମେଡିକାଲରେ ସେ ସବୁ ଆଇସିୟୁ ବେଡ଼ କୁ ବଢାଇବାକୁ ପଡିବ । ଏବଂ ନୂଆ ଆହୁରି ଘରୋଇ ହସ୍ପିଟାଲରେ ଆଇସିୟୁ ବେଡ଼ ବଢାଇବାକୁ ପଡିବ । ଆଇସିୟୁ ଅଧିକ ହେଲେ ଲୋକ କେହି ଫେରିବେ ନାହିଁ । ରାଜ୍ୟରେ ଯେତିକି କୋଭିଡ ହସ୍ପିଟାଲ ଅଛି ତାହା ଯଥେଷ୍ଟ ନୁହେଁ । ତାକୁ ବଢାଇବାକୁ ହେବ ।
The post ରାଜ୍ୟ ସରକାରଙ୍କ କୋଭିଡ୍ ଗୁମର ଖୋଲିଲେ ବିଜେଡି ବିଧାୟକ appeared first on Odisha Reporter.
from Odisha Reporter https://ift.tt/338UC5D
No comments:
Post a Comment