ସୀମାରେ ଗୁଳିମାଡ଼ କଲା ଚୀନ୍, କଡ଼ା ଜବାବ ଦେଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

ସୀମାରେ ଗୁଳିମାଡ଼ କଲା ଚୀନ୍, କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଏଲ୍ଏସିରେ ପୁଣି ଉତ୍ତେଜନା । ଚୀନ୍ ସୀମାରେ ଫୁଟିଲା ଗୁଳି । ଚୀନ୍ ସେନା ପକ୍ଷରୁ ସୀମାରେ ଗୁଳିମାଡ଼ କରାଯାଇଛି । ଭାରତ ମଧ୍ୟ ଏହାର କଡ଼ା ଜବାବ ଦେଇଛି । ଲାଇନ୍ ଅଫ୍  ଆକଚୁଆଲ କଣ୍ଟ୍ରୋଲ ପୂର୍ବ ଲଦାଖରେ ଚୀନ୍ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଛି । ଏଥିସହ ଦକ୍ଷିଣ ପାଙ୍ଗଙ୍ଗ ଅଞ୍ଚଳରେ ଚୀନ୍ ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା। ତେବେ ଅନୁପ୍ରବେଶକୁ ରୋକିବା ପାଇଁ ସୀମାରେ ସଜାଗ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛନ୍ତି।

ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ଼ କରାଯାଇଥିଲା । ତେବେ ଅଳ୍ପ ସମୟ ପାଇଁ ଚାଲିଥିଲା ଗୁଳି ବିନିମୟ । ଅନ୍ୟପଟେ ଭାରତକୁ ବଦନାମ କରିବାକୁ ଚୀନ୍ ଉଦ୍ୟମ ଚଳାଇଛି । ଭାରତ ପକ୍ଷରୁ ସୀମାରେ ଓ୍ୱାର୍ଣ୍ଣିଂ ଫାୟରିଂ କରାଯାଇଥିବା ଅଭିଯୋଗ ଆଣିଛି ଚୀନ୍ ସେନା ।

ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ ପୂର୍ବ ଲଦାଖରେ ଫାୟରିଂ ହୋଇଥିବା ଚୀନ୍ ସେନା ପକ୍ଷରୁ ଦାବି ହୋଇଛି । ଭାରତ ପକ୍ଷରୁ ଏଲ୍ଏସି ନିକଟରେ ଏହି ବ୍ଲାଙ୍କ୍ ଫାୟରିଂ କରାଯାଇଥିବା କହିଛି ପିଏଲ୍ଏ ।

ସେପ୍ଟେମ୍ବର ୧୦ରେ ଭାରତ-ଚୀନ୍ ମଧ୍ୟରେ ବିଦେଶ ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଥିବା ବେଳେ ଏଲ୍ଏସିରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ଏଲ୍ଏସିରେ ଚୀନ୍ ସେନାର ଅନୁପ୍ରବେଶ ନେଇ ଗଲା ୩ ମାସ ହେବ ଲଦାଖରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି । ପୂର୍ବରୁ ଅନେକ ଥର ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ।

The post ସୀମାରେ ଗୁଳିମାଡ଼ କଲା ଚୀନ୍, କଡ଼ା ଜବାବ ଦେଲା ଭାରତ appeared first on Odisha Reporter.



from Odisha Reporter https://ift.tt/2DE8vyJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages