ନୂଆଦିଲ୍ଲୀ: ଶିଳ୍ପପତି ତଥା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ରାତିରେ ଗିରଫ କରିଛି। ମନିଲଣ୍ଡରିଂ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟାହ୍ନରୁ ତାଙ୍କୁ ଜେରା ଚାଲିଥିଲା ଓ ରାତିରେ ଗିରଫ କରାଯାଇଥିଲା।
ଚନ୍ଦା କୋଚ୍ଚରଙ୍କ କାର୍ଯ୍ୟକାଳ ସମୟରେ ନିୟମ ଉଲ୍ଲଂଘନ କରି ଭିଡିଓକନ୍ ଗ୍ରୁପ୍କୁ ଆଇସିଆଇସିଆଇ ବ୍ୟାଙ୍କ ୧,୮୭୫ କୋଟି ଟଙ୍କାର ଋଣ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ଗତବର୍ଷ ଇଡି ପକ୍ଷରୁ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ଦୀପକ ଓ ଭିଡିଓକନ୍ ଗ୍ରୁପ୍ର ମୁଖ୍ୟ ଭେନୁଗୋପାଲ ଧୂତ୍ଙ୍କ ନାଁରେ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆଟ୍ (ପିଏମ୍ଏଲ୍ଏ)ରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା।
ଇଡି ତରଫରୁ ସୂଚନା ମିଳିଛି ଯେ ଦୀପକ କୋଚ୍ଚର ତଦନ୍ତରେ ସହଯୋଗ କରୁ ନଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଭିଡିଓକନ୍ ଗ୍ରୁପ୍କୁ ଋଣ ମଞ୍ଜୁର ହେବାର କିଛି ମାସ ପରେ ଏହାର ମୁଖ୍ୟ ଭେନୁଗୋପାଲ ଧୂତ୍ ଶ୍ରୀମତି ଚନ୍ଦାଙ୍କ ସ୍ୱାମୀ ପ୍ରତିଷ୍ଠା କରିଥିବା ନୂପାୱାର କମ୍ପାନୀରେ କୋଟି କୋଟି ଟଙ୍କା ନିବେଶ କରିଥିଲେ। ଭିଡିଓକନ୍ ଗ୍ରୁପ୍କୁ ଋଣ ଦେବାରେ ଅନିୟମିତତା ଅଭିଯୋଗ ଆସିବା ପରେ ପ୍ରଥମେ ଆଇସିଆଇସିଆଇ ବ୍ୟାଙ୍କ ଏହାର ମୁଖ୍ୟ ଚନ୍ଦା କୋଚ୍ଚରଙ୍କୁ ସମର୍ଥନ କରିଥିଲା। କିନ୍ତୁ ପରେ ସ୍ଥିତି ଏମିତି ହେଲା ଯେ ତାଙ୍କୁ ସିଇଓ ପଦରୁ ଇସ୍ତଫା ଦେବାକୁ ପଡ଼ିଲା।
The post ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ସ୍ୱାମୀ ଗିରଫ appeared first on Odisha Reporter.
from Odisha Reporter https://ift.tt/3i9UrMf
No comments:
Post a Comment