କଲିଂ ବେଲ୍ ମାରି ଘରେ ପଶିଲେ, ବନ୍ଧୁକ ଦେଖାଇ ଲୁଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

କଲିଂ ବେଲ୍ ମାରି ଘରେ ପଶିଲେ, ବନ୍ଧୁକ ଦେଖାଇ ଲୁଟିଲେ

ଉଦଳା(ମାନସ ପାଣି): କଲିଂ ବେଲ୍ ମାରି ଘରେ ପଶିଲେ। ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର ଏବଂ ମୋବାଇଲ୍ । ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସିର ୧୨ ନମ୍ବର ୱାର୍ଡର ଅଧ୍ୟାପକ ସପନ ମହାନ୍ତିଙ୍କ ଘରେ ।

ଗତକାଲି  ସନ୍ଧ୍ୟାରେ ଅଧ୍ୟାପକ  ମହାନ୍ତି ଘରେ  ଅନୁପସ୍ଥିତ ଥିବା ବେଳେ ତାଙ୍କ ପତ୍ନୀ ଗୀତାଞ୍ଜଳି ଓ  ପୁଅ ଘରେ ଥିଲେ। ଏହାର ସୁଯୋଗ ନେଇ ସନ୍ଧ୍ୟା ପ୍ରାୟ ୭ଟାରୁ ୮ଟା ଭିତରେ ୫ ଜଣ ଦୁର୍ବୃତ୍ତ ଘରର କଲିଂବେଲ ମାରିଥିଲେ।  ଗୀତାଞ୍ଜଳି କବାଟ ଖୋଲି ଦେବାରୁ ଦୁର୍ବୃତ୍ତମାନେ ମା ଏବଂ ପୁଅକୁ ବାନ୍ଧିଦେଇଥିଲେ ।  ଏପରିକି ମୁଣ୍ଡରେ ବନ୍ଧୁକ ସହ ଭୁଜାଲି ବି ଲଗାଇ ଭୟଭୀତ କରି  ଟଙ୍କା, ସୁନା ଅଳଙ୍କାର ମାଗିଥିଲେ ।

କିନ୍ତୁ  ଗୀତାଞ୍ଜଳି ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରିବା ସହିତ ଆଲମାରିରୁ ୮ ହଜାର ଟଙ୍କା, ପୁଅ ପାଠ ପଢୁଥିବା ମୋବାଇଲ୍ ସହ ସେ ପିନ୍ଧିଥିବା ସୁନାହାରକୁ  ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗୀତାଞ୍ଜଳି ଦୁର୍ବୃତ୍ତଙ୍କୁ ଅଟକାଇବାକୁ  ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରିବାକୁ ଧମକ ଦେଇ ଖସିଯାଇଥିଲେ ।

ଘରେ ପହଞ୍ଚି ଘଟଣା ସମ୍ପର୍କରେ ଜାଣି ଅଧ୍ୟାପକ ସପନ ମହାନ୍ତି ଏନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌   ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି ।

The post କଲିଂ ବେଲ୍ ମାରି ଘରେ ପଶିଲେ, ବନ୍ଧୁକ ଦେଖାଇ ଲୁଟିଲେ appeared first on Odisha Reporter.



from Odisha Reporter https://ift.tt/3c6YsyQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages