ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମହାଳୟା। ଏହି ଅବସରରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରାଯାଇଥାଏ। ରାଜ୍ୟର ବିଭିନ୍ନ ପବିତ୍ର ପୀଠରେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ କରୁଛନ୍ତି ଲୋକେ।
ତେବେ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ଥିବା ଯୋଗୁଁ ଲୋକେ ପିଣ୍ଡ ଦାନ ନିମନ୍ତେ ଅନ୍ୟତ୍ର ବ୍ୟବସ୍ଥା କରିଛନ୍ତି। ଶ୍ରୀମନ୍ଦିର ବି ଏଥର ବନ୍ଦ ରହିଛି। ତେବେ ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀରେ ପିଣ୍ଡ ଦାନ ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ଭୁବନେଶ୍ୱର ବିନ୍ଦୁ ସାଗରରେ ବି ଲୋକେ ପିଣ୍ଡ ଦାନ କରିବାର ବ୍ୟବସ୍ଥା ହୋଇଛି।
ଅପରପକ୍ଷେ ମା’ ସମଲେଶ୍ୱରୀ ଆଜି ଧଳା ବନାରସି ଶାଢ଼ିରେ ଧବଳମୁଖି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ମନ୍ଦିରର ସମସ୍ତ ସେବାୟତ ବି ଧଳା କପଡ଼ା ପରିଧାନ କରିବେ। କୋଭିଡ୍ ଯୋଗୁ ମନ୍ଦିରରେ ମା’ଙ୍କ ଦର୍ଶନ ବାରଣ ରହିଛି, ତେଣୁ ସୋଶାଲ ମିଡିଆ ଜରିଆରେ ଶ୍ରଦ୍ଧାଳୁ ଏହାର ସିଧା ପ୍ରସାରଣ ଦେଖିପାରିବେ।
The post ଆଜି ପବିତ୍ର ମହାଳୟା appeared first on Odisha Reporter.
from Odisha Reporter https://ift.tt/2FBAWhH
No comments:
Post a Comment