ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଦୀପ ମହାରଥୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ରାତିରେ ସୋଶାଲ୍ ମିଡିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି।
ଶ୍ରୀ ମହାରାଥୀ ଫେସ୍ବୁକ୍ରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଆବଶ୍ୟକ ସ୍ଥଳେ ସେମାନଙ୍କର କରୋନା ଟେଷ୍ଟ୍ କରାଇ ନିଅନ୍ତୁ।
ସୂଚନାଯୋଗ୍ୟ, ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଜଣାପଡ଼ିଥିଲା। ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଢେଙ୍କନାଳ ବିଧାୟକ ସୁଧୀର ସାମଲ ମଧ୍ୟ କରୋନାରେ ଆକ୍ରାନ୍ତ ବୋଲି ଗତକାଲି ଜଣାପଡ଼ିଥିଲା। ତା’ପୂର୍ବରୁ ରବିବାର ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା।
The post ପ୍ରଦୀପ ମହାରଥୀଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/3bY9gPP
No comments:
Post a Comment