ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ରୁ ସାରା ଦେଶରେ ପୁଣି ଥରେ ଲକ୍ଡାଉନ୍ କରିବାକୁ କରିବାକୁ ନ୍ୟାସ୍ନାଲ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଖବର ମିଛ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଏହା ଫେକ୍ ନ୍ୟୁଜ୍ ବୋଲି କହିଛି ପ୍ରେସ୍ ଇନ୍ଫର୍ମେସନ୍ ବ୍ୟୁରୋ (ପିଆଇବି)।
ଦେଶରେ ବଢୁଥିବା କରୋନା ସ୍ଥିତିକୁ ଦେଖି ପୁଣି ଥରେ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇପାରେ ବୋଲି ବିଭିନ୍ନ ସୋଶାଲ୍ ମିଡିଆରେ ଖବର ଭାଇରାଲ୍ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ, ସେପ୍ଟେମ୍ବର ୨୫ ତାରିଖ ମଧ୍ୟରାତ୍ରରୁ ସାରା ଦେଶରେ ଆଉ ଥରେ ଲକ୍ଡାଉନ୍ ଘୋଷଣା କରାଯିବ। ଆଉ ଏହା ୪୬ ଦିନ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ମିଳିତ ଭାବେ ଯୋଜନା କମିଶନ ଓ NDMA ନିର୍ଦ୍ଦେଶ ଦେଇଥିବା ଭାଇରାଲ ପୋଷ୍ଟରେ କୁହାଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଯେମିତି ପ୍ରଭାବିତ ନ ହୁଏ, ତାର ବ୍ୟବସ୍ଥା କରିବାକୁ NDMA ନିର୍ଦ୍ଦେଶ ଦେଇଥିବା କୁହାଯାଇଥିଲା। ତେବେ ଏହା ସଂପୂର୍ଣ୍ଣ ଭାବେ ମିଛ ଏବଂ NDMA ସେମିତି କୌଣସି ନିର୍ଦ୍ଦେଶ କେନ୍ଦ୍ରକୁ ଦେଇନାହିଁ ବୋଲି ପିଆଇବି ସ୍ପଷ୍ଟ କରିଛି।
ଦେଶରେ କରୋନା ବ୍ୟାପିବା ପରେ ମାର୍ଚ୍ଚ ୨୪ରେ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରାୟ ୨ ମାସ ଧରି ଲକ୍ଡାଉନ୍ ରହିବା ପରେ ଧୀରେ ଧୀରେ ଏହାକୁ ହଟା ଯାଇଥିଲା। ଏବେ କେବଳ କଣ୍ଟେନମେଣ୍ଟ ଜୋନ୍ କଟକଣାକୁ ଛାଡ଼ି ପ୍ରାୟତଃ ସାରା ଦେଶରେ ସାଧାରଣଜୀବନ ଯାତ୍ରା ଧୀରେ ଧୀରେ ସ୍ୱାଭିବିକ ହେବାରେ ଲାଗିଛି। ତେବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିନାହିଁ। ସେମିତି ଦୈନିକ ଦେଶରେ ହଜାରେରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ବି ଘଟୁଛି।
The post ସେପ୍ଟେମ୍ବର ୨୫ରୁ ଲକ୍ଡାଉନ୍ ଖବର ମିଛ appeared first on Odisha Reporter.
from Odisha Reporter https://ift.tt/2Fu9Mcx
No comments:
Post a Comment