ରାଜ୍ୟରେ କରୋନାରେ ଆଖି ବୁଜିଲେ ସର୍ବାଧିକ ୧୫ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 22, 2020

ରାଜ୍ୟରେ କରୋନାରେ ଆଖି ବୁଜିଲେ ସର୍ବାଧିକ ୧୫ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ  ୧୫  ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  ୭୩୬ ରେ ପହଞ୍ଚି ଯାଇଛି।

ରାଜ୍ୟରେ ପ୍ରଥମ ଥର ପାଇଁ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଥିବା ବେଳେ ଭୁବନେଶ୍ୱରରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱରର ୪ ମୃତକ ପୁରୁଷ  ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୬୨, ୩୫, ୪୨ ଓ ୭୦ ବର୍ଷ।


ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ  ମୃତ୍ୟୁ ଘଟିଛି। କଟକ, ବାଲେଶ୍ୱର, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।


ଏହାବ୍ୟତୀତ ଢେଙ୍କାନାଳ, କନ୍ଧମାଳ ଓ ମାଲକାନଗିରିରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।


ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚି ଯାଇଥିବା ବେଳେ କଟକରେ ୬୦ ହୋଇଛି। ସେହିପରି ବାଲେଶ୍ୱରରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ଢେଙ୍କାନାଳରେ ୩, କନ୍ଧମାଳରେ ୨୦, ମାଲକାନଗିରିରେ ୧୧, ମୟୂରଭଞ୍ଜରେ ୧୭, ନୟାଗଡ଼ରେ ୧୯ ଓ ପୁରୀରେ ୪୦ ହୋଇଛି। ସେହିପରି ନୂଆପଡ଼ାରେ କରୋନା ନେଇଛି ପ୍ରଥମ ଜୀବନ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ରେ ପହଞ୍ଚିଥିବା ବେଳେ ୧,୫୩,୨୧୩ ସୁସ୍ଥ ହୋଇସାରିଛନ୍ତି। ୩୮,୫୪୬ ଜଣଙ୍କ ଚିକିତ୍ସା ଚାଲିଛି।

 

The post ରାଜ୍ୟରେ କରୋନାରେ ଆଖି ବୁଜିଲେ ସର୍ବାଧିକ ୧୫ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/2G2T9o4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages