ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭାରତ ଫେରୁ ଫେରୁ ସୋଶାଲ ମିଡିଆରେ ସକ୍ରିୟ ହୋଇଯାଇଛନ୍ତି। ରାହୁଲ ପ୍ରାୟତଃ ନିଜ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଏନଡିଏ ସରକାରଙ୍କୁ ଟାର୍ଗେଟ୍ କରିଥାନ୍ତି। କିଛି ସମୟ ପୂର୍ବରୁ ସେ ଟ୍ୱିଟରରେ ଭାରତର ଅନ୍ତରାଷ୍ଟ୍ରୀୟ ସମ୍ପର୍କକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ତେବେ ମା’ ସୋନିଆ ଗାନ୍ଧିଙ୍କ ଚିକିତ୍ସା ପାଇ ସେ ବିଦେଶ ଯାଇଥିଲେ।
ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ, “ଅନେକ ଦଶନ୍ଧି ଧରି କଂଗ୍ରେସ ସମ୍ପର୍କର ଯେଉଁ ଜାଲ ସୃଷ୍ଟି କରିଥିଲା ଓ ପାଳନ କରିଆସିଥିଲା। ତାହାକୁ ମିଷ୍ଟର ମୋଦି ନଷ୍ଟ କରିଦେଇଛନ୍ତି। କୌଣସି ବନ୍ଧୁ ବିନା ପଡ଼ୋଶୀ ହୋଇ ରହିବା ବିପଦଜନକ ଅଟେ।” ଏହା ଲେଖିବା ସହ ରାହୁଲ ଏକ ନ୍ୟୁଜ୍ ମଧ୍ୟ ଶେୟାର କରିଛନ୍ତି।
Mr Modi has destroyed the web of relationships that the Congress built and nurtured over several decades.
Living in a neighbourhood with no friends is dangerous. pic.twitter.com/OxGzzHoEYb
— Rahul Gandhi (@RahulGandhi) September 23, 2020
ଏହା ପୂର୍ବରୁ କୃଷି ବିଲ୍ ବାବଦରେ ମଧ୍ୟ ରାହୁଲ ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ, “୨୦୧୪ରେ ମୋଦିଜୀଙ୍କ କୃଷକଙ୍କ ପାଇଁ ସ୍ୱାମୀନାଥନ କମିଶନ ଏମଏସପି ନିର୍ବାଚନୀ ପ୍ରତିଶ୍ରୁତି। ୨୦୧୫ରେ ମୋଦି ସରକାର କୋର୍ଟରେ କହିଥିଲେ ତାଙ୍କ ଦ୍ୱାରା ଏହା ହୋଇପାରିବ ନାହିଁ। ୨୦୨୦ରେ କଳା ବିଲ୍। ମୋଦିଜୀଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ। କୃଷି ବିରୋଧୀ ନୂଆ ପ୍ରୟାସ। କୃଷକଙ୍କୁ ମୂଳରୁ ସଫା କରି ପୁଞ୍ଜିପତି ବନ୍ଧୁମାନଙ୍କ ବିକାଶ କରିବା।”
ଏଭଳି ଭାବରେ ରାହୁଲ ଲଗାତର ମୋଦି ସରକାରଙ୍କୁ ନିଜ ଟ୍ୱିଟର ହ୍ୟାଣ୍ଡେଲ୍ ମାଧ୍ୟମରେ ଟାର୍ଗେଟ୍ କରୁଛନ୍ତି। କୃଷି ବିଲ୍ ବିରୋଧରେ ରାହୁଲ ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଆସୁଛନ୍ତି।
The post ‘କୌଣସି ବନ୍ଧୁ ନ ଥାଇ ପଡ଼ୋଶୀ ହେବା ଭୟଙ୍କର’ appeared first on Odisha Reporter.
from Odisha Reporter https://ift.tt/3hVqj6u
No comments:
Post a Comment