ମୁମ୍ୱାଇ: ନାର୍କୋଟେକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରାଡାରରେ ଆଉ ଜଣେ ବଲିଉଡ୍ ଅଭିନେତ୍ରୀ। ବଲିଉଡ୍-ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାମ ସାମ୍ନାକୁ ଆସିଛି। ଏନସିବି ଖୁବଶୀଘ୍ର ସମନ କରିପାରେ ବୋଲି ଜଣାପଡ଼ିଛି।
ଏହା ପୂର୍ବରୁ ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ, ଫେସନ୍ ଡିଜାଇନର ସିମୋନ୍ ଖୋମ୍ବାଟାଙ୍କ ନାମ ସାମ୍ନାକୁ ଆସିଛି ବୋଲି ଏନସିବି ସ୍ପଷ୍ଟ କରି ସାରିଛି। ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଏହି ତିନି ତାରକାଙ୍କ ନାମ ଜେରା ବେଳେ କହିଥିବା ଜଣାପଡ଼ିଛି।
ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଏହି ଅଭିନେତ୍ରୀ ମାନେ ଲୋନାଓ୍ୱାଲା ଫାର୍ମ ହାଉସରେ ପାର୍ଟି କରିଥିଲେ। ଏହି ପାର୍ଟିରେ ଡ୍ରଗ୍ସ ମଧ୍ୟ ବ୍ୟବହାର ହୋଇଥିଲା ବୋଲି କୁହାଯାଉଛି।
The post ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ appeared first on Odisha Reporter.
from Odisha Reporter https://ift.tt/2ZW54v9
No comments:
Post a Comment