ସଂସଦ ପହଞ୍ଚିଲା କାଷ୍ଟିଂ କାଉଚ ମାମଲା, ପାଏଲଙ୍କ ସମର୍ଥନରେ ରୁପା ଗାଙ୍ଗୁଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 21, 2020

ସଂସଦ ପହଞ୍ଚିଲା କାଷ୍ଟିଂ କାଉଚ ମାମଲା, ପାଏଲଙ୍କ ସମର୍ଥନରେ ରୁପା ଗାଙ୍ଗୁଲି

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏବେ ଏହି ପ୍ରସଙ୍ଗ ସଂସଦରେ ପହଞ୍ଚିଛି। ବିଜେପିର ଗୋରଖପୁର ସାଂସଦ ରବି କିଶାନ ସଂସଦରେ ଏହି ପ୍ରସଙ୍ଗ ଉଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରବିବାର ରାତିରେ ଲୋକସଭାର ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ବିତର୍କ ହୋଇଥିବା ସୂଚନା ରହିଛି। ବିଜେପି ସାଂସଦ ରବି କିଶନ ଏ ନେଇ କଡ଼ା ଆଇନ ଦାବି କରିଛନ୍ତି।

ରବି କିଶାନ କହିଛନ୍ତି ଯେ ଦେଶରେ ଝିଅମାନଙ୍କୁ ଦେବୀ ଦୁର୍ଗା ଭଳି ସମ୍ମାନ ଦିଆଯାଉଛି। କିନ୍ତୁ ବଲିଉଡ ସମେତ ଅନେକ କ୍ଷେତ୍ରରେ କିଛି ବ୍ୟକ୍ତି କ୍ୟାରିଅର ବାହାନାରେ ଶାରାରିକ ସମ୍ପର୍କ ପାଇଁ ଦାବି କରିଛନ୍ତି। ତେବେ ରବି କିଶନ ଏହି ସମୟରେ କାହାର ନାମ ନେଇ ନାହାନ୍ତି। ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିବା ପରେ ରବି କିଶନ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି।

ଅନ୍ୟପଟେ ପାଏଲ ଘୋଷଙ୍କ ସମର୍ଥନରେ ବାହାରିଛନ୍ତି ବିଜେପିର ରାଜ୍ୟସଭା ସାଂସଦ ରୁପା ଗାଙ୍ଗୁଲି। ସଂସଦ ପରିସର ଭିତରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ରୁପା ଗାଙ୍ଗୁଲି ଧାରଣା ଦେଇଛନ୍ତି। ତୁରନ୍ତ ପାୟଲଙ୍କୁ ନ୍ୟାୟ ଦେବା ପାଇଁ ସେ ଦାବି କରିଛନ୍ତି। ପାଏଲ ଘୋଷ ମଧ୍ୟ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁମ୍ୱାଇ ପୁଲିସ ଏବଂ ମହାରାଷ୍ଟ୍ର ସରକାରକୁ ଟାର୍ଗେଟ କରିଛନ୍ତି ରୁପା। ବଲିଉଡର କ୍ଷମତାଶାଳୀ ଲୋକ ବେଆଇନ କାରବାରେ ସାମିଲ୍ ଅଛନ୍ତି। ସେମାନଙ୍କ ପାଇଁ ନବାଗତ ଅଭିନେତ୍ରୀ ଶୋଷଣ ହେଉଛନ୍ତି ବୋଲି ରୁପା କହିଛନ୍ତି।

The post ସଂସଦ ପହଞ୍ଚିଲା କାଷ୍ଟିଂ କାଉଚ ମାମଲା, ପାଏଲଙ୍କ ସମର୍ଥନରେ ରୁପା ଗାଙ୍ଗୁଲି appeared first on Odisha Reporter.



from Odisha Reporter https://ift.tt/3mBWYS1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages