ଚୀନ୍‌ ସୀମାରେ ନିଖୋଜ ୫ ଯୁବକ ସ୍ୱଦେଶ ଫେରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 11, 2020

ଚୀନ୍‌ ସୀମାରେ ନିଖୋଜ ୫ ଯୁବକ ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ: ଚୀନ ସୀମାରେ ନିଖୋଜ ହୋଇଥିବା ୫ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଆଜି ସକାଳେ ଚୀନର ପିପୁଲନ୍ସ ଲିବରେସନ ଆର୍ମି ପକ୍ଷରୁ ସେମାନଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ,  ସେପ୍ଟେମ୍ବର ପହିଲାରେ ଅରୁଣାଚଳ ପ୍ରଦେଶର ୫ ଜଣ ଯୁବକ  ଶିକାର କରିବାକୁ  ନିକଟସ୍ଥ ଜଙ୍ଗଲକୁ ଯାଇଥିବାବେଳେ ଭୁଲବଶତଃ ଚୀନ ସୀମାକୁ ପଶି ଯାଇଥିଲେ । ଅପହୃତ ଜଣେ ଯୁବକଙ୍କ ସମ୍ପର୍କୀୟଙ୍କ ସୂଚନା ଆଧାରରେ ଏନେଇ ଏକ ସ୍ଥାନୀୟ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇବା ପରେ ତତ୍ପର ହୋଇଉଠିଥିଲା ଭାରତ ସରକାର। ଏହାପରେ ସେନା ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ହୋଇଥିଲା ।

୫ ଜଣ ନିଖୋଜ ଭାରତୀୟଙ୍କୁ ଫେରାଇ ଦେବାକୁ ହଟଲାଇନରେ ଯୋଗାଯୋଗ କରାଯାଇଥିଲା । ଏହାପରେ ଚୀନ ସୀମାରେ ୫ଜଣ ଭାରତୀୟ ଥିବା ପିଏଲଏ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା।

The post ଚୀନ୍‌ ସୀମାରେ ନିଖୋଜ ୫ ଯୁବକ ସ୍ୱଦେଶ ଫେରିଲେ appeared first on Odisha Reporter.



from Odisha Reporter https://ift.tt/3k8TEfe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages