ଲଣ୍ଡନ: ସାଙ୍ଗଙ୍କ ବିନା ବାହାଘରର ମଜା ନାହିଁ। ଜୀବନର ଏହି ଖାସ୍ ଦିନକୁ ସାଙ୍ଗଙ୍କ ସହ କାଟିବାକୁ ସମସ୍ତେ ବହୁ ପୂର୍ବରୁ ପ୍ଲାନିଂ କରିଥାନ୍ତି। ହେଲେ କରୋନା ମହାମାରୀ ଆଉ ଲକ୍ଡାଉନ୍ କାରଣରୁ ଏବେ ଫିକା ପଡ଼ୁଛି ବିବାହ ଉତ୍ସବ। ନିକଟ ଭବିଷତରେ ଏହି ସ୍ଥିତିରେ କିଛି ସୁଧାର ଆସିବାର ଆଶା ନ ଥିବାରୁ ନିଜ ବିବାହ ଉତ୍ସବରେ ଟିକେ ଭିନ୍ନ ତରିକା ଆପଣାଇଛନ୍ତି ୟୁକେର ନବଦଂପତି ରୋମାନି ଓ ସାମ୍। କରୋନା ଯୋଗୁଁ ସାଙ୍ଗମାନେ ବାହାଘରରେ ସାମିଲ ହେବା ଅସମ୍ଭବ ପରି ଲାଗୁଥିବା ବେଳେ ଏହି ଦୁଃଖକୁ ସାମୟିକ ଭାବେ ଲାଘବ କରି ପାରିଛନ୍ତି ଏହି ଦମ୍ପତି।
ଅଗଷ୍ଟରେ ୟୁକେରେ ଲକ୍ଡାଉନ୍ ଉଠିଥିଲେ ବି, ବିବାହ ଉତ୍ସବରେ ୩୦ ଜଣ ଲୋକଙ୍କ ଉପସ୍ଥିତି ପାଇଁ ଅନୁମତି ଥିଲା । ହେଲେ ସାମ୍ ଓ ରୋମାନିଙ୍କ ବାହାଘରରେ ନିୟମ ନ ଭାଙ୍ଗି ଉପସ୍ଥିତ ଥିଲେ ୮୦ଜଣ । ୩୦ ଜଣ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇଥିଲେ । ଆଉ ୫୦ କାର୍ଡବୋର୍ଡ ହୋଇ । ସାଙ୍ଗଙ୍କ କାର୍ଡବୋର୍ଡ ସହ ଭଳିକି ଭଳି ଫଟୋ ଉଠାଇ ବେଶ୍ ଖୁସି ଥିଲେ ଏହି ନବଦମ୍ପତି।
। ଜୀବନରେ ଥରେ ଆସୁଥିବା ବିବାହ ପରି ବହୁପ୍ରତିକ୍ଷୀତ ମୁହୂର୍ତ୍ତରେ ସାଙ୍ଗସାଥୀ ବନ୍ଧୁ ପରିଜନ ନଥିଲେ ମଜା ନ ଥାଏ। ହେଲେ କରୋନା କଟକଣା ନମାନିଲେ ତଣ୍ଡ ଗଣିବା ଥୟ। ଏପରି ସମସ୍ୟା ସବୁଠି ଦେଖାଯାଉଥିବା ବେଳେ ଏହାର ଉତ୍ତର ଖୋଜି ପାଇଛନ୍ତି ୟୁକେର ନବଦଂପତି ରୋମାନି ଓ ସାମ୍ ।
ଜୁଲାଇରେ ବିବାହ ଉତ୍ସବ ପାଇଁ ସେମାନେ କରିଥିଲେ ବିରାଟ ଯୋଜନା । ସେମାନଙ୍କ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସାଙ୍ଗ ମାନେ ବି ଉତ୍ସାହିତ ଥିଲେ। ହେଲେ ଲକ୍ଡାଉନ୍ ଯୋଗୁଁ ସବୁ ଯୋଜନା ଫେଲ୍ ମାରିଲା । ବାହାଘରକୁ ଅଗଷ୍ଟ ୧୪କୁ ଘୁଞ୍ଚାଇବାକୁ ପଡ଼ିଲା। ହେଲେ ଏହି ତାରିSରେ ମଧ୍ୟ ଅଧିକ ସଂଖ୍ୟକ ଅତିଥିଙ୍କୁ ଏକତ୍ରିତ ହେବାକୁ ମିଳିଲାନି ଅନୁମତି।
ଶେଷରେ ବିବାହ ଉତ୍ସବରେ ସାଙ୍ଗଙ୍କ ଉପସ୍ଥିତି ଅନୁଭବ କରିବାକୁ ୨୦୦ ପାଉଣ୍ଡ୍ ବା ପ୍ରାୟ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଲେ ଏହି ନବ ଦମ୍ପତି। ଅତିଥିଙ୍କ ଅବିକଳ ନକଲକୁ କାର୍ଡବୋର୍ଡ କଟ୍ଆଉଟ ଜରିଆରେ ତିଆରି କରି ବିବାହ ସ୍ଥଳରେ ଭିନ୍ନ ଭିନ୍ନ ଭଙ୍ଗୀରେ ଛିଡ଼ା କରାଇ ଦେଲେ। ଫଳରେ ସେମାନେ ନିଜ ବିବାହକୁ ସ୍ମରଣୀୟ କରିବା ସହ କୌଣସି ନିୟମ ମଧ୍ୟ ଭାଙ୍ଗି ନ ଥିବା କହିଛନ୍ତି ଏହି ଦମ୍ପତି।
The post ମିଳିଲାନି ଅନୁମତି, ବିବାହ ଉତ୍ସବରେ ସାଙ୍ଗଙ୍କ ପରିବର୍ତ୍ତେ ସାମିଲ ହେଲେ କାର୍ଡବୋର୍ଡ appeared first on Odisha Reporter.
from Odisha Reporter https://ift.tt/3hpFBjJ
No comments:
Post a Comment