ବଚସାରୁ ହେଲା ଗୁଳିମାଡ଼, ୨ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

ବଚସାରୁ ହେଲା ଗୁଳିମାଡ଼, ୨ ଆହତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ମାଲଗୋଦାମ ଅଞ୍ଚଳରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୁଳିମାଡ଼ ହୋଇଥିଲା।

ଏଥିରେ ଦୁଇ ଜଣ ଯୁବକ ଆହତ ହୋଇଛନ୍ତି। ସେମାନେ ହେଲେ ରୋହିତ ପଟନାୟକ ଓ ରାଜୁ ଚୌଧୁରୀ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦେଖି ସେଠାରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ରାଉରକେଲା ଏସପି କେ. ଶିବା ସୁବ୍ରମଣି ମଧ୍ୟ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ।

ଏହି ଘଟଣାରେ ଶୁକ୍ରବାର ସକାଳେ ଉଦିତନଗର ଥାନା ପୁଲିସ ୭ ଜଣଙ୍କୁ ଆଣି ଅଟକ ରଖି ପଚରାଉଚରା କରୁଛି।  ଉଦିତନଗର ଥାନା ପୁଲିସ୍‌ ଘଟଣାର  ତଦନ୍ତ  କରୁଛି।

The post ବଚସାରୁ ହେଲା ଗୁଳିମାଡ଼, ୨ ଆହତ appeared first on Odisha Reporter.



from Odisha Reporter https://ift.tt/364yg79

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages