ମୋସ୍କୋ: କରୋନା ଭାଇରସ୍ ସାରା ବିଶ୍ୱ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ସୁଦ୍ଧା 32 ନିୟୁତରୁ ଅଧିକ ଲୋକ ଏହି ଘାତକ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାରି ଭିତରେ ଋଷିଆ କରୋନା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି। ଏବେ ଋଷିଆର ସାଧାରଣ ଲୋକଙ୍କୁ କରୋନା ଟିକା ‘ସ୍ପୁଟନିକ୍ ଭି’ ଦିଆଯାଉଥିବା ସୂଚନା ରହିଛି।
ଋଷିଆ କହିଛି ଯେ କରୋନା ଭାଇରସକୁ ଦୂର କରିବା ପାଇଁ ସ୍ପୁଟନିକ୍-ଭି ଟିକା ଅତ୍ୟନ୍ତ ପ୍ରଭାବଶାଳୀ ହେବ। ବର୍ତ୍ତମାନ କରୋନା ଟିକା ଏଠାରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କରୋନା ଟିକା ସ୍ପୁଟନିକ୍-ଭି ର ପ୍ରଥମେ ରାଜଧାନୀ ମୋସ୍କୋର ଲୋକଙ୍କ ପାଇଁ ଉପଲବ୍ଧ ହୋଇଛି।
ଅଗଷ୍ଟରେ ଋଷିଆର ଗମାଲାୟା ବୈଜ୍ଞାନିକ ଗବେଷଣା କରି ସ୍ପୁଟନିକ୍ ଭି ଟିକା ପ୍ରସ୍ତୁତ କରିଛନ୍ତି। ଏହି ଟିକା ପ୍ରଥମେ ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ଝିଅଙ୍କ ଶରୀରରେ ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ଥିଲେ। ଋଷିଆ ଏବେ ଅନ୍ୟ ଦେଶକୁ ମଧ୍ୟ ଟିକା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଭାରତ ମଧ୍ୟ ଋଷିଆ ପାଖରୁ ଏହି ଟିକା ପାଇପାରେ। ଭାରତରେ କ୍ଲିନିକାଲ ପରୀକ୍ଷା ସଫଳ ହେବା ପରେ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି ଜଣାପଡ଼ିଛି। ହାଇଦ୍ରାବାଦର ଔଷଧ କମ୍ପାନୀ ଡକ୍ଟର ରେଡ୍ଡୀ ଋଷିଆର ଏହି ଟିକା ଆଣିବ ବୋଲି ଚୁକ୍ତି ହୋଇଛି।
The post ସାଧାରଣ ଲୋକଙ୍କୁ ଦିଆଗଲା କରୋନା ଟିକା ‘ସ୍ପୁଟନିକ୍-ଭି’ appeared first on Odisha Reporter.
from Odisha Reporter https://ift.tt/306dAb0
No comments:
Post a Comment