‘ବର୍ଷା ଶାଶୁଘରେ ହିଁ ରହିବେ, ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 8, 2020

‘ବର୍ଷା ଶାଶୁଘରେ ହିଁ ରହିବେ, ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବେ’

କଟକ(ଓଡ଼ିଶା ରିପୋର୍ଟର): “ବର୍ଷା ଶାଶୁଘରେ ହିଁ ରହିବେ। ଶାଶୁଘରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବେ। ସେ ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହାନ୍ତି। ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବେ। ” ଆଜି ଗଣମାଧ୍ୟମକୁ ଏପରି କହିଛନ୍ତି ବର୍ଷାଙ୍କ  ଓକିଲ ରାମକୃଷ୍ଣ ରଥ।

ଘରୋଇ ହିଂସାର ଶିକାର ହେଉଥିବା ନେଇ ଅଭିଯୋଗ ଆଣୁଥିବା ବର୍ଷା କ’ଣ ପାଇଁ ଶାଶୁ ଘରେ ଅଛନ୍ତି ବୋଲି ଗତକାଲି ପ୍ରଶ୍ନ କରିଥିଲେ ତାଙ୍କ ସ୍ୱାମୀ ତଥା ସାଂସଦ ଅନୁଭବ ମହାନ୍ତି। ସେ କହିଥିଲେ,“ମୋ’ ଘରେ ରହିବାର ମାନେ କ’ଣ? ଯଦି ଆମେ ଏତେ ହଇରାଣ କରୁଛୁ, ତାଙ୍କ ପରିବାର ଲୋକ ତାଙ୍କୁ ରକ୍ଷା ଦିଅନ୍ତୁ।”

ଏହାର ଉତ୍ତର ଦେବାକୁ ଯାଇ ବର୍ଷା ଶାଶୁ ଘରେ ହିଁ ରହିବେ ବୋଲି କହିଛନ୍ତି ତାଙ୍କ ଓକିଲ। ଅନୁଭବ ଯାହା କହିଲେ ତାର କିଛି ଯଥାର୍ଥତା ନାହିଁ। ଅନୁଭବଙ୍କ କଥାରେ ସେ ଶାଶୁଘରୁ ଆସିପାରିବେ ନାହିଁ ବୋଲି କହିଛନ୍ତି ରାମକୃଷ୍ଣ।

ଅନ୍ୟପକ୍ଷରେ ବର୍ଷା ପୁଲିସ୍ ସୁରକ୍ଷା ମାଗିଛନ୍ତି। ବର୍ଷା ଅଭିଯୋଗ କରିଛନ୍ତି ଯେ ଗତକାଲି ସେ ଖାଉଥିବା ବେଳେ ଦୁଇ ଜଣ ବ୍ୟକ୍ତି ଘର ଭିତରକୁ ପଶି ଆସି ଶୁଟିଂ କରିଥିଲେ। ଅନୁଭବଙ୍କ ଜଣେ ସହଯୋଗୀ ବେଡ୍ ରୁମ୍‌ରେ ପଶି ଶୁଟିଂ କରିଥିଲେ। ଅନ୍ୟ ଜଣେ ସହଯୋଗୀ ଡ୍ରଇଂ ରୁମ୍‌ରେ ଜଗି ରହିଥିଲେ। କିଏ ସେମାନଙ୍କୁ ଶୁଟିଂ କରିବାକୁ ପଠାଇଛି ବୋଲି ସେ ପଚାରିଥିଲେ।

ଏହି ଘଟଣାକୁ ନେଇ ବର୍ଷା ଲଜ୍ଜିତ ଓ ଅସୁରକ୍ଷିତ ମନେ କରିବାରୁ ପୁଲିସକୁ ଜଣାଇ ସୁରକ୍ଷା ମାଗିଛନ୍ତି। ଗତକାଲିର ଘଟଣା ବର୍ଷାଙ୍କ ସହ ଆଲୋଚନା କରି କୋର୍ଟଙ୍କ ଦୃଷ୍ଟିକୁ ଆଣିବି ବୋଲି କହିଛନ୍ତି ତାଙ୍କ ଓକିଲ।

The post ‘ବର୍ଷା ଶାଶୁଘରେ ହିଁ ରହିବେ, ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଆଣିବେ’ appeared first on Odisha Reporter.



from Odisha Reporter https://ift.tt/3bAnSEV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages