ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ପୁଲିସ୍ ଗାଡ଼ି ଧକ୍କାରେ ଜଣେ ଜିଆର୍ଏସ୍ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାଲାରାଜୁ ସାହୁ। ସେ ନାଏକଗୁଡ଼ା ପଞ୍ଚାୟତରେ ଜିଆର୍ଏସ୍ ଭାବେ କାର୍ଯ୍ୟ କରୁଥିଲେ।
ଏଥିରେ ୩ ଜଣ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।
ପୁଲିସ୍ କର୍ମଚାରୀମାନେ ପଙ୍ଗାମରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମାଥିଲି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
The post ପୁଲିସ୍ ଗାଡ଼ି ଧକ୍କାରେ ଚାଲିଗଲା ଜିଆର୍ଏସ୍ଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3h9Rnyn
No comments:
Post a Comment