୧୫ ଗ୍ରାମ୍ ବ୍ରାଉନସୁଗର ଜବତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 26, 2020

୧୫ ଗ୍ରାମ୍ ବ୍ରାଉନସୁଗର ଜବତ

ପୁରୀ(ଓଡିଶା ରିପୋର୍ଟର): ଜଳେଶ୍ୱରରୁରୁ ପୁରୀକୁ ଚାଲାଣ ହେଉଥିଲା ବ୍ରାଉନସୁଗର। ଖବର ପାଇ ପୁରୀ ମଙ୍ଗଳାଘାଟ ଛକରେଗାଡି ଚେକିଂ କରୁଥିବା ବେଳେ ପୁଲିସ୍‌  ଜବତ କଲା ୧୫ ଗ୍ରାମ ବ୍ରାଉନସୁଗାର। ଏଥିସହ ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି।

ପୁରୀ ମଙ୍ଗଳାଘାଟ ଛକରେ ଗାଡି ଚେକିଂ କରୁଥିବା ସମୟରେ ଦୁଇ ଜଣ ବ୍ରାଉନସୁଗର ବେପାରୀ ଓ ଜଣେ ମହିଳାଙ୍କୁ ଗିରଫ କରିଛି ବାସେଳୀସାହି ଥାନା ପୁଲିସ୍‌ । ସେମାନେ ହେଲେ ପୁରୀ ସଦରଥାନା ଖଣ୍ଡିଆବନ୍ଧର ନୃସିଂହ ମଲ୍ଲିକ, କୁମ୍ଭାରପଡା ଥାନା ନରେନ୍ଦ୍ର କୋଣର ସନ୍ତୋଷୀ ନାୟକ ଓ ବାସେଳୀସାହି ଥାନା ଅଞ୍ଚଳର ଜୟନ୍ତୀ ଭୋଇ।

ସେମାନଙ୍କ ନିକଟରୁ ପଲିଥିନ ଭିତରେ ପ୍ୟାକିଂ ଥିବା ୧୫ ଗ୍ରାମ୍ ବ୍ରାଉନସୁଗର, ନଗଦ ୫୧୦୦ ଟଙ୍କା, ଗୋଟିଏ ମୋବାଇଲ ଓ ଗୋଟିଏ ଦାମୀ ବାଇକ୍ ଜବତ କରିଛି ପୁଲିସ।

ସୂଚନା ଅନୁସାରେ, ବାସେଳୀସାହି ଥାନା ପୁଲିସ୍‌ ହରେକୃଷ୍ଣପୁରରୁ ମଙ୍ଗଳାଘାଟ ଛକ ଆଡକୁ ଆସୁଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଗାଡି ଚେକ୍ କରିବା ସମୟରେ ସେମାନଙ୍କ ପାଖରେ ୧୫ ଗ୍ରାମ ବ୍ରାଉନସୁଗାର ଥିବା ଜାଣିବାକୁ ପାଇଥିଲା। ଜୟନ୍ତୀ ବ୍ରାଉନସୁଗର ଯୋଗାଇ ଦେଉଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା। ଜଳେଶ୍ୱରରୁ ଏହି ବ୍ରାଉନସୁଗାର ଆସିଥିବା ଜଣାପଡିଛି।

The post ୧୫ ଗ୍ରାମ୍ ବ୍ରାଉନସୁଗର ଜବତ appeared first on Odisha Reporter.



from Odisha Reporter https://ift.tt/3kQAMlC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages