ଲୁଟିବାକୁ ଆସିଥିଲେ ୪, ଧରା ପଡ଼ିଗଲା ଜଣେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

ଲୁଟିବାକୁ ଆସିଥିଲେ ୪, ଧରା ପଡ଼ିଗଲା ଜଣେ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତାଳବରକୋଟ ଗାଁରେ ଗତକାଲି ଜଣେ ବୃଦ୍ଧାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଜଣାଯାଇଛି। ଲୁଟ୍‌ କରିବାକୁ ଆସିଥିବା ୪ ଡକାୟତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ଗାଁ ଲୋକ ପୁଲିସ୍‌ ଜିମା ଦେଇଛନ୍ତି।

ସୂଚନା ଅନୁଯାୟୀ,  ତାଳବରକୋଟ ଗାଁର ଉର୍ମିଳା ବିଶ୍ଵାଳ ନାମ୍ନୀ ବୟସ୍କା ମହିଳା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଗତକାଲି ରାତିରେ  ୪ ଜଣ ଡକାୟତ ତାଙ୍କ ଘରେ ପଶିଥିଲେ । ଡକାୟତମାନେ ଘରେ ପଶିବା ବେଳେ ମହିଳା ଜଣକ ନିଜ ଜ୍ଵାଇଁଙ୍କ ସହ ଫୋନ ଯୋଗେ କଥା ହେଉଥିଲେ। ଫୋନ ଅନ୍ ଥିବାରୁ ନିଜ ଶାଶୁଙ୍କର ଚିତ୍କାର ଶୁଣି ତାଙ୍କ ଜ୍ୱାଇଁ ଗାଁର ଅନ୍ୟ ଯୁବକଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ।

ଏହାପରେ ଗାଁର କିଛି ଯୁବକ ଏକାଠି ହୋଇ ମହିଳାଙ୍କ ଘରକୁ ଯାଇ ଜଣେ ଡକାୟତକୁ କାବୁ କରି  ପୁଲିସ୍‌ ଜିମା ଦେଇଛନ୍ତି। ଅନ୍ୟ ତିନି ଡକାୟତ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ମହିଳାଙ୍କର କିଛି ସୁନା ଓ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

The post ଲୁଟିବାକୁ ଆସିଥିଲେ ୪, ଧରା ପଡ଼ିଗଲା ଜଣେ appeared first on Odisha Reporter.



from Odisha Reporter https://ift.tt/2DNEqg3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages