ସୋନିଆଙ୍କୁ ପ୍ରଶ୍ନ କଲେ କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

ସୋନିଆଙ୍କୁ ପ୍ରଶ୍ନ କଲେ କଙ୍ଗନା

ମୁମ୍ବାଇ: ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ସରକାର ଓ ଅଭିନେତ୍ରୀ କଙ୍ଗନା ରାଣାୱତ। କଙ୍ଗନା ମୁମ୍ବାଇକୁ ପାକ୍ ଅଧିକୃତ କଶ୍ମୀର ସହିତ ତୁଳନର କଲା ପରେ ସୃଷ୍ଟି ହୋଇଛି ଏମିତି ସ୍ଥିତି। ବିଶେଷ କରି ଶିବସେନା ରାଗି ଯାଇଛି। ପୁଣି ଶିବସେନା କବଜାରେ ଥିବା ବିଏମ୍‌ସି କଙ୍ଗନାଙ୍କ ଅଫିସ୍‌ର କିଛି ଅଂଶକୁ ବେଆଇନ ଦର୍ଶାଇ ଭାଙ୍ଗି ଦେବା ପରେ ଏହି ଘଟଣା ଥମିବାର ନାଁ ନେଉ ନାହିଁ। ଆଉ ୟା ଭିତରେ ଶିବସେନା ସହିତ କଂଗ୍ରେସକୁ ମଧ୍ୟ ଘେରିଛନ୍ତି କଙ୍ଗନା। କାରଣ ମହାରାଷ୍ଟ୍ରର ଶିବସେନା ନେତୃତ୍ୱାଧୀନ ମେଣ୍ଟ ସରକାରରେ କଂଗ୍ରେସ ବି ଅଛି।

କଙ୍ଗନା ଆଜି ସିଧାସଳଖ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ପ୍ରଶ୍ନ କରିଛନ୍ତି। ସେ ଟ୍ୱିଟ୍ କରି ତାଙ୍କୁ ୨ଟି ପ୍ରଶ୍ନ କରିଛନ୍ତି।
କଙ୍ଗନା ଲେଖିଛନ୍ତି- ସୋନିଆ ଗାନ୍ଧିଜୀ, ମହାରାଷ୍ଟ୍ର ସରକାର ମୋ ସହିତ ଯେଉଁ ଭଳି ବ୍ୟବହାର କଲେ, ତାହା ଦେଖି ଜଣେ ମହିଳା ଭାବେ ଆପଣଙ୍କୁ ଯନ୍ତ୍ରଣା ହୋଇନାହିଁ କି? ଆମକୁ ଡ. ଆମ୍ବେଦକର ଯେଉଁ ସମ୍ବିଧାନ ପ୍ରଦାନ କରିଛନ୍ତି, ତା’ର ନିୟମଗୁଡ଼ିକୁ ପାଳନ କରିବାକୁ ଆପଣ ଆପଣଙ୍କ ସରକାରକୁ ଅନୁରୋଧ କରିପାରିବେ ନାହିଁ କି?


ଏହା ସହିତ ଅନ୍ୟ ଏକ ଟ୍ୱିଟ୍‌ କରି ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ କଙ୍ଗନା କହିଛନ୍ତି- ଆପଣ ପଶ୍ଚିମରେ ବଢ଼ିଛନ୍ତି ଓ ଭାରତରେ ରହୁଛନ୍ତି। ଆପଣ ଜଣେ ମହିଳାର ସଂଘର୍ଷ ବିଷୟରେ ଅବଗତ ଥାଇପାରନ୍ତି। ଯେତେବେଳେ ଆପଣଙ୍କ ନିଜ ସରକାର ମହିଳାମାନଙ୍କୁ ହଇରାଣ କରୁଛି ଓ ଆଇନ ଶୃଙ୍ଖଳାର ମଜା ଉଡ଼ାଉଛି, ସେ ସମୟରେ ଆପଣ ଚୁପ୍ ରହୁଛନ୍ତି। ଆପଣଙ୍କର ଏହି ନିରବତାକୁ ଇତିହାସ ବିଚାର କରିବ। ଆଶା କରେ ଆପଣ ଏଥିରେ ହସ୍ତକ୍ଷେପ କରିବେ।

The post ସୋନିଆଙ୍କୁ ପ୍ରଶ୍ନ କଲେ କଙ୍ଗନା appeared first on Odisha Reporter.



from Odisha Reporter https://ift.tt/2RcjL8J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages