ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଲଗାତର ଖବରର ଶିରୋନାମାରେ ରହିଛି। ମାମଲାରେ ଡ୍ରଗ୍ସ ଲିଙ୍କ୍ ପ୍ରଘଟି ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ବି-ଟାଉନର ଅନେକ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି। ଅନ୍ୟପଟେ ସୁଶାନ୍ତଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିଛି।

ଶନିବାର ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ନେଇ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ଏନସିବି ଘଣ୍ଟା ଘଣ୍ଟା ଧରି ଜେରା କରିଛି। ଏହାରି ଭିତରେ ଆଉ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି। ଗୋଟିଏ ପଟେ ଡ୍ରଗ୍ସ ଲିଙ୍କରେ ଶ୍ରଦ୍ଧା କପୁର ଏନସିବି ଜେରାକୁ ସାମ୍ନା କରୁଥିବା ବେଳେ ଅନ୍ୟପଟେ ତାଙ୍କ ପିତା ତଥା ବଲିଉଡର ଲୋକପ୍ରିୟ ଅଭିନେତା ଶକ୍ତି କପୁର ଏକ ଫିଲ୍ମରେ ଏନସିବି ଅଧିକାରୀଙ୍କ ଭୂମିକା ନଜରକୁ ଆସିବେ।

ତେବେ ଖବର ଖାଲି ଏତିକି ନୁହେଁ। ସବୁଠାରୁ ବଡ଼ କଥା ହେଲା ଉକ୍ତ ଚଳଚ୍ଚିତ୍ରଟି ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମର ଟାଇଟଲ ରହିଛି ‘ନ୍ୟାୟ: ଦି ଜଷ୍ଟିସ୍’, ଯେଉଁଥିରେ ମୁଖ୍ୟ ଭୂମିକାରେ ଜୁବୈର୍ ଖାନ୍ ଅଭିନୟ କରୁଛନ୍ତି। ସେ ଦେଇଥିବା ସୂଚନା ଅନୁଯାୟୀ, ଅମନ ବର୍ମା ଇଡି ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଶକ୍ତି କପୁର ଏନସିବି ଅଧିକାରୀଙ୍କ ଭୂମିକାରେ ଏବଂ ସୁଧା ଚନ୍ଦ୍ରନଙ୍କୁ ସିବିଆଇ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ। ତେବେ ସେ ନିଜେ ସୁଶାନ୍ତଙ୍କ ଚରିତ୍ରକୁ ନେଇ ନିର୍ମାଣ ହେଉଥିବା ଫିଲ୍ମରେ ମହେନ୍ଦ୍ର ସିଂହ ଭୂମିକାରେ ନଜରକୁ ଆସିବେ ବୋଲି କହିଛନ୍ତି।

ସେହିପରି ସୁଶାନ୍ତ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରକୁ ଫିଲ୍ମରେ ଉର୍ବଶୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ଉର୍ବଶୀ ଭୂମିକାରେ ଅଭିନେତ୍ରୀ ଶ୍ରେୟା ଶୁକ୍ଲା ଅଭିନୟ କରୁଛନ୍ତି। ଜୁବୈରଙ୍କ କହିବା ଅନୁସାରେ, ଫିଲ୍ମରେ ସମ୍ପସ୍ତଙ୍କ କାଷ୍ଟ ପ୍ରାୟତଃ ଶେଷ ହୋଇସାରିଛି। ଫିଲ୍ମରେ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍, ଅଙ୍କିତା ଲୋଖଣ୍ଡେ, କ୍ରିତି ସାନନ୍, ଶ୍ରଦ୍ଧା କପୁର, ରିୟା ଚକ୍ରବର୍ତ୍ତୀଙ୍କ ସମେତ ଦିଶା ସାଲିୟାନ, ଶ୍ରୁତି ମୋଦି, ସୁଶାନ୍ତଙ୍କ ଘରୋଇ ସହାୟକ ଏବଂ ବନ୍ଧୁଙ୍କ ଭୂମିକା ମଧ୍ୟ ଦେଖିବାକୁ ମିଳିବ।

The post ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା appeared first on Odisha Reporter.



from Odisha Reporter https://ift.tt/3j2w6IN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages