ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିଭିନ୍ନ ସମୟରେ ଅଭିଯୁକ୍ତଙ୍କୁ ପଚରା ଉଚରା ଚାଲିଛି। ତେବେ ଅଭିଯୁକ୍ତ ମୁଖ୍ୟତଃ ବଲିଉଡ କଳାକାର ରହିଛନ୍ତି। ଇଲେକ୍ଟ୍ରୋନିକ୍ସ ମିଡିଆ ଖବର କଭରେଜ କରିବାକୁ ଯାଇ ଅଭିଯୁକ୍ତଙ୍କ ଭିଡିଓ ଫୁଟେଜ ନେବା ପାଇଁ କାରରେ ପିଛା କରୁଛି। ଯାହାକି ଅନ୍ୟକୁ ବିପଦରେ ପକାଉଛି ଏବଂ ନିଜେ ମଧ୍ୟ କାରକୁ ପିଛା କରିବା ଆଳରେ ବିପଦ ଘେରକୁ ଆସୁଛନ୍ତି। ଏମିତିକି ମିଡିଆ ପ୍ରତିକ୍ରିୟା ନେବା ବେଳେ ସାମାଜିକ ଦୂରତା ଭୁଲୁଛି ବୋଲି ମୁମ୍ୱାଇ ପୁଲିସ୍ କହିଛି।
ଯଦି ଆଗାମୀ ଦିନରେ ମିଡିଆ ରାସ୍ତାରେ ଭିଜୁଆଲ ନେବା ପାଇଁ କାରରେ ସ୍ପୀଡରେ ଯିବା ସହିତ ପିଛା କରୁଥିବା ତାହେଲେ ସଂପୃକ୍ତ ମିଡିଆ ଗାଡି ଜବତ କରାଯିବ ଏବଂ ଡ୍ରାଇଭରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡେପୁଟି କମିଶନର ଅଫ୍ ପୁଲିସ (ଜୋନ୍-ଆଇ) ସାଙ୍ଗରାମ ସିଂ ନିଶନ୍ଦର କହିଛନ୍ତି।
କୌଣସି ମିଡିଆ ଚ୍ୟାନେଲର ନାମ ନନେଇ ପୁଲିସ ଅଧିକାରୀ ଜଣଙ୍କ ଏହି ପ୍ରତିକ୍ରିୟା ଦେଇଛନ୍ତି। ଗୋଟିଏ କି ଦୁଇଟି ନୁହେଁ ଅଧିକାଂଶ ଇଲେକ୍ଟ୍ରୋନିକ୍ସ ମିଡିଆ ଏଭଳି କରୁଥିବା ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି।
The post ମିଡିଆର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଜାହିର କଲା ମୁମ୍ୱାଇ ପୁଲିସ appeared first on Odisha Reporter.
from Odisha Reporter https://ift.tt/2G2o6t2
No comments:
Post a Comment