- ଇକୋନମିକ ଆଣ୍ଡ ସୋଶିଆଲ୍ କାଉନସିଲରେ ଭାରତକୁ ଚାରି ବର୍ଷ ପାଇଁ ମିଳିଲା ସ୍ଥାୟୀ ସଦସ୍ୟ
- ଇକୋନମିକ ଆଣ୍ଡ ସୋଶିଆଲ୍ କାଉନସିଲ ଜାତିସଂଘର ପ୍ରମୁଖ ଅଂଗ
- ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତା ଉପରେ ଏହି ପରିଷଦ କାମ କରେ
- ୨୦୧୧ ଏବଂ ୨୦୧୨ରେ ଭାରତ ଅନ୍ତିମ ଥର ପାଇଁ ପ୍ରତିନିଧିତ୍ୱ କରିଥିଲା
ଜେନେଭା: ଜାତିସଂଘରେ ଭାରତକୁ ବଡ଼ ସଫଳତା ମିଳିଛି। ଇକୋନମିକ ଆଣ୍ଡ ସୋଶିଆଲ୍ କାଉନସିଲର (ECOSOC) ୟୁନାଇଟେଡ୍ ନେଶନ କମିଶନ ଅଫ୍ ଓ୍ୱିମେନ୍ (UNCSW)ର ସ୍ଥାୟୀ ସଦସ୍ୟ ପାଇଛି ଭାରତ। ଚାରି ବର୍ଷ ପାଇଁ ସ୍ଥାୟୀ ସଦସ୍ୟର ମାନ୍ୟତା ପାଇଛି ଭାରତ। ଅନ୍ୟପଟେ ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ ସବୁବେଳେ ବିରୋଧ କରି ସଫଳ ହେଉଥିବା ଚତୁର ଚୀନ୍ ଏହି ସ୍ଥାନ ପାଇବାରେ ବିଫଳ ହୋଇଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ ତ୍ରିମୂର୍ତ୍ତୀ ଏହି ସୂଚନା ଦେଇଛନ୍ତି।
ଟି.ଏସ୍ ତ୍ରିମୂର୍ତ୍ତି ଟୁଇଟ୍ କରି କହିଛନ୍ତି ଯେ ସମ୍ମାନଜନକ ECOSOC ସଂସ୍ଥାରେ ଭାରତ ଏକ ଆସନ ଜିତିଛି। ଭାରତର ଏହି ପ୍ରୟାସ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବ । ଭାରତକୁ ଏହି ଆସନରେ ବସାଇବା ପାଇଁ ସମର୍ଥନ ଦେଉଥିବା ଦେଶକୁ ଏହି ଟ୍ୱିଟ୍ ଜରିଆରେ ଧନ୍ୟବାଦ ଦେଇଛନ୍ତି ତ୍ରିମୂର୍ତ୍ତୀ।
୨୦୧୧ ରୁ ୨୦୧୫ ପର୍ଯ୍ୟନ୍ତ ଭାରତ ଚାରି ବର୍ଷ ପାଇଁ UNCSWର ସଦସ୍ୟ ରହିବ। ଦେଶରେ ମହିଳାଙ୍କୁ ନେଇ ତିଆରି ହୋଇଥିବା ଆୟୋଗ CSW କିମ୍ବା UNCSW ହେଉଛି ECOSOC ର ଏକ ସଦସ୍ୟ। ଏହି ପରିଷଦ ଜାତିସଂଘର ଅନ୍ୟତମ ପ୍ରମୁଖ ଅଙ୍ଗ। ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଥିବା UNCSW କୁ ମିଳିତ ଜାତିସଂଘର ଅଙ୍ଗ ଭାବରେ ବିବେଚନା କରାଯାଏ।
UNCSW କମିଶନ ପାଇଁ ଭାରତ, ଚୀନ୍ ଏବଂ ଆଫଗାନିସ୍ତାନ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୫୪ ସଦସ୍ୟଙ୍କ ସହ ଭାରତ ଏବଂ ଆଫଗାନିସ୍ତାନ ଜିତିଥିବାବେଳେ ଚୀନ୍ ମଧ୍ୟ ଅଧା ସମର୍ଥନ ପାଇପାରି ନାହିଁ।
୧୯୨ଟି ଦେଶ ମଧ୍ୟରୁ ୧୮୪ ଟି ଭୋଟରେ ଭାରତ ବହୁମତ ହାସଲ କରିଛି। ତେଣୁ ସର୍ବନିମ୍ନ ୧୨୮ ଭୋଟର ସମର୍ଥନ ଆବଶ୍ୟକ ଥିଲା। ଭାରତ ୟୁଏନଏସସିରେ ନିର୍ବାଚିତ ହେବାପରେ ଏହା ଅଷ୍ଟମ ଥର ଥିଲା। ଭାରତ ପୂର୍ବରୁ ଏହି ଆସନରେ ସାତଥର ରହିଆସିଛି। ଏସିଆ-ପାସିଫିକ୍ ଗ୍ରୁପ୍ (ଏପିଜି) ରେ ଭାରତ ଏକମାତ୍ର ପ୍ରାର୍ଥୀ ଥିଲା। ଭାରତ ଶେଷ ଥର ପାଇଁ ୨୦୧୧ ଏବଂ ୨୦୧୨ ରେ UNSCରେ ପ୍ରତିନିଧିତ୍ୱ କରିଥିଲା।
The post ଜାତିସଂଘରେ ଚୀନକୁ ଝଟକା ଦେଲା ଭାରତ appeared first on Odisha Reporter.
from Odisha Reporter https://ift.tt/33rlwEM
No comments:
Post a Comment