ଜିଏସଟି ସଂଶୋଧନ ଓ ପଶ୍ଚିମବଙ୍ଗ ସୀମାରେ ସେତୁକୁ କ୍ୟାବିନେଟ୍ ମଞ୍ଜୁରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 15, 2020

ଜିଏସଟି ସଂଶୋଧନ ଓ ପଶ୍ଚିମବଙ୍ଗ ସୀମାରେ ସେତୁକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଜିଏସଟି ଆଇନରେ ସଂଶୋଧନ ପାଇଁ ୨ଟି ଅଧ୍ୟାଦେଶକୁ ଅନୁମୋଦନ ସମେତ ପଶ୍ଚିମବଙ୍ଗ ସୀମାରେ ଏକ ସେତୁ ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛନ୍ତି।

ଏ ସମ୍ପର୍କରେ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ଆଜି କ୍ୟାବିନେଟ ବୈଠକରେ ମୋଟ ୫ଟି ଏଜେଣ୍ଡା ଆଲୋଚନା ହେବାର ଥିଲା। କିନ୍ତୁ ଶେଷମୁହୂର୍ତ୍ତରେ କ୍ୟାବିନେଟ ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ସ୍ଥଗିତ ରଖାଯାଇଥିଲା ଓ ଅନ୍ୟ ୪ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନ ଆହୂତକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଥିଲେ, ଯାହାକୁ କ୍ୟାବିନେଟ ଆଜି ପିଛିଲା ଭାବେ ଏହାକୁ ଅନୁମୋଦନ କଲେ। ଏହା ସହିତ ଅର୍ଥ ବିଭାଗର ୨ଟି ପ୍ରସ୍ତାବ ଓ ପୂର୍ତ୍ତ ବିଭାଗର ଗୋଟିଏ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଏହି ଜିଏସଟି ଅଧିନିୟମରେ ସଂଶୋଧନ ସମ୍ପର୍କରେ ସୂଚନା ଦେଇ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଛନ୍ତି ଯେ, ଜିଏସଟି କାଉନସିଲର ସୁପାରିସ୍ ଆଧାରରେ ରାଜ୍ୟ ସରକାର ଓଡ଼ିଶା ଜିଏସଟି ଅଧିନିୟମ-୨୦୧୭ର କେତେକ ଧାରାରେ ସଂଶୋଧନ କରିଛନ୍ତି। ଏନେଇ ଆଜି କ୍ୟାବିନେଟ ଓଡ଼ିଶା ଜିଏସଟି(ସଂଶୋଧନ) ଅଧ୍ୟାଦେଶ-୨୦୨୦ ଓ ଓଡ଼ିଶା ଜିଏସଟି(ଦ୍ୱିତୀୟ ସଂଶୋଧନ) ଅଧ୍ୟାଦେଶ ଜାରିକୁ ଅନୁମୋଦନ କରିଛନ୍ତି। ଓଡ଼ିଶା ଜିଏସଟି ଅଧିନିୟମ-୨୦୧୭ର ଧାରା ୧୭୨,୧୬୮ ଓ ୧୪୦କୁ ସଂଶୋଧନ କରାଯାଇଛି। ଏହି ଅଧ୍ୟାଦେଶ ଲାଗୁ ହେବାପରେ ପଞ୍ଜିକୃତ ଟିକସ ଦାତାମାନେ ଉପକୃତ ହେବେ ଓ ଟ୍ୟାକ୍ସ ପ୍ରଶାସକମାନେ ଜିଏସଟି କାର୍ଯ୍ୟକୁ ସୁଚାରୁ ରୂପ ତୁଲାଇପାରିବେ। ଏହି ଅଧ୍ୟାଦେଶ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜିଏସଟି ଅଧିନିୟମର ପ୍ରାରମ୍ଭ ହେବାର ୫ବର୍ଷ ଅବଧି ଶେଷ ହେବା ପର୍ଯ୍ୟନ୍ତ ଅଧିନିୟମର ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବାରେ କୌଣସି ଅସୁବିଧା ଉପୁଜିଲେ ତାକୁ ଦୂର କରିବା ପାଇଁ ସରକାର ଗେଜେଟରେ ସ୍ୱତନ୍ତ୍ର ଅର୍ଡର ଜାରି କରି ଅସଙ୍ଗତିକୁ ଦୂର କରିବା ନିମନ୍ତେ ଆଦେଶ ଦେଇପାରିବେ। ସେହିପରି କୌଣସି ବ୍ୟକ୍ତି ବିନା ଇନଭଏସରେ ଜିଏସଟି ଯୋଗାଉଥିବେ ଓ ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଗ୍ରହଣ ବା ବିନିଯୋଗ କରୁଥିବେ ତା’ହେଲେ ସେ ଯେଉଁ ପରିମାଣର ଟିକସ ଠକିଥିବେ ତାଙ୍କୁ ସେହି ପରିମାଣର ଜୋରିମାନା ଅର୍ଥ ଦେବାକୁ ପଡ଼ିବ। ଏହାକୁ ମଧ୍ୟ ଜାମିନବିହୀନ ଅପରାଧ ଭାବେ ବିବେଚନା କରାଯିବ।

ସେହିପରି ବାଲେଶ୍ୱର ଜିଲ୍ଲାର ଜାତୀୟ ରାଜପଥ-୧୬ର ହଳଦୀପଡ଼ାଠାରୁ ଭାୟା ବାଲିଆପାଳ, ପନ୍ତେଇ ଓ ଜଳେଶ୍ୱର ଦେଇ ପଶ୍ଚିମବଙ୍ଗ ସୀମାରେ ୩୬କିମିଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ବୃହତ୍ ବ୍ରିଜ୍ ନିର୍ମାଣ କରିବାକୁ କ୍ୟାବିନେଟ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହାଫଳରେ ବାଲିଆପାଳ ଓ ଭୋଗରାଇ ବ୍ଲକ୍ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ସହ ସୁବର୍ଣ୍ଣରେଖା ମାଉଥ୍ ପୋର୍ଟ, ଚନ୍ଦନେଶ୍ୱର, ଭୁେଉଣ୍ଡେଶ୍ୱର ଆଦି ଅର୍ଥନୀତିକ ଓ ସାଂସ୍କୃତିକ ସ୍ଥାନଗୁଡ଼ିକୁ ସଂଯୋଗ ହୋଇପାରିବ ଓ ଦୂରତ୍ୱ ମଧ୍ୟ ହ୍ରାସ ପାଇବ। ଏହି ସେତୁ ୯୯୩.୧୨ମିଟର ଲମ୍ବ ଓ ୬୨.୦୭ମିଟର ଚଉଡ଼ା ରହିବ ଓ ଏହାର ନିର୍ମାଣ ୩୦ମାସ ମଧ୍ୟରେ ଶେଷ ହେବ। ଏହି ସେତୁର ଟେଣ୍ଡରକୁ ଏଲଆଣ୍ଡଟି କମ୍ପାନୀ ସର୍ବନିମ୍ନ ୧୩୮.୭୪ କୋଟି ଟଙ୍କା ବ୍ୟୟରେ ନେଇଛନ୍ତି। ରାଜ୍ୟ କ୍ୟାବିନେଟ ଏହି ଟେଣ୍ଡରକୁ ଅନୁମୋଦନ କରିଛନ୍ତି।

ସେହିପରି ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମ-୧୯୪୮ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏପର୍ଯ୍ୟନ୍ତ ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା ଅଧିନିୟମର ବ୍ୟବସ୍ଥା ଅନୁସାରେ ନିୟମ ଉଲ୍ଲଘଂନକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ଓ ସମୟୋଚିତ ଭାବେ ନୋଟିସ୍ ଅବା ନିର୍ଦ୍ଦେଶ ଜାରି କରିବା ବ୍ୟବସ୍ଥା ଅତ୍ୟନ୍ତ କଷ୍ଟସାଧ୍ୟ ହେଉଥିଲା। କାରଣ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କର ବିଭିନ୍ନ ସମୟରେ ବଦଳି ହୋଇଥାଏ ଓ ସେଥିପାଇଁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନୋଟିସ୍ ଜାରି ହୋଇପାରୁନଥିଲା। ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ପଦ୍ଧତି ସହିତ ରାଜ୍ୟ ସରକାରଙ୍କ ଏଚଆରଏମସ ପୋର୍ଟାଲରେ ଏହି ନୋଟିସ୍ ଜାରି କରିବାକୁ ଅଧିନିୟମରେ ସଂଶୋଧନ କରାଯାଇଛି।

The post ଜିଏସଟି ସଂଶୋଧନ ଓ ପଶ୍ଚିମବଙ୍ଗ ସୀମାରେ ସେତୁକୁ କ୍ୟାବିନେଟ୍ ମଞ୍ଜୁରୀ appeared first on Odisha Reporter.



from Odisha Reporter https://ift.tt/35yK69j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages