ବଦଳିଗଲା ରିୟାଙ୍କ ଠିକଣା… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 9, 2020

ବଦଳିଗଲା ରିୟାଙ୍କ ଠିକଣା…

ମୁମ୍ବାଇ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ସିଂହ ମୃତ୍ୟୁ ମାମଲା ବଦଳେଇ ଦେଲା ଅଭିନେତ୍ରୀ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଠିକଣା । ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଥିବା ବେଳେ ତାଙ୍କୁ ଏନସିବି ଅଫିସରୁ ବାଇକୁଲା ଜେଲ୍ ନିଆଯାଇଥିବା ଜଣାପଡ଼ିଛି । ବାଇକୁଲା ଜେଲ୍ ନିର୍ଦ୍ଦିଷ୍ଟ କରି ମହିଳା ଜେଲ୍ ହୋଇଥିବା ବେଳେ ଗିରଫ କରାଯିବାର ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ସକାଳେ ରିୟାଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ବାଇକୁଲା ଜେଲ୍ କେବଳ ମୁମ୍ବାଇର ମହିଳା କଏଦୀଙ୍କ ପାଇଁ ଉଦ୍ଦିଷ୍ଟ । ବହୁ ଚର୍ଚ୍ଚିତ ସିନା ବୋରା ହାଇ ପ୍ରୋଫାଇଲ୍ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ କୋରେଗାଓ-ଭୀମା ମାମଲାରେ ସାମାଜିକ କର୍ମୀ ସୁଧା ଭାରଦ୍ୱାଜଙ୍କ ଭଳି ଅନେକ ଚର୍ଚ୍ଚିତ ଚେହେରା ବାଇକୁଲା ଜେଲରେ କଏଦୀ ହୋଇ ଦିନ କାଟୁଛନ୍ତି । ଏବେ ଏହି ତାଲିକାରେ ଏବେ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାମ ସାମିଲ ହୋଇଯାଇଛି ।

ସୁଶାନ୍ତ ରହସ୍ୟମୟ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଥିବା ଏନସିବି ରିୟାଙ୍କୁ ମଙ୍ଗଳବାର ଗିରଫ କରିଛି । ତେବେ ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ରିୟାଙ୍କୁ ସେପ୍ଟେମ୍ବର 22 ଯାଏ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି । ଏହି କ୍ରମରେ ଆଗାମୀ 14 ଦିନ ଯାଏ ଜେଲରେ ଦିନ କାଟିବାକୁ ହେବ । ଗତକାଲି ମଧ୍ୟ ରିୟା ଏନସିବି ଲକଅପରେ ସାରା ରାତି ବିତେଇଥିଲେ ।

ସୁଶାନ୍ତ ଓ ରିୟା ଲିଭ୍-ଇନ୍ ପାର୍ଟନର୍ ଥିଲେ । ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ସହ ଡ୍ରଗ୍ସ ଲିଙ୍କ୍ ଥିବା ଜଣାପଡ଼ିବା ପରେ ମାମଲାର ତଦନ୍ତ ଏନସିବି କରୁଛି । ଏହି ସଂକ୍ରାନ୍ତରେ ପୂର୍ବରୁ ଏନସିବି ରିୟାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ 9 ଜଣଙ୍କୁ ଗିରଫ କରିସାରିଛି ।

The post ବଦଳିଗଲା ରିୟାଙ୍କ ଠିକଣା… appeared first on Odisha Reporter.



from Odisha Reporter https://ift.tt/2R4yrqm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages