ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସହିତ ତୁଳନା କଲେ କଙ୍ଗନା, କହିଲେ- ପୁଣି ତିଆରି ହେବ ରାମ ମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 9, 2020

ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସହିତ ତୁଳନା କଲେ କଙ୍ଗନା, କହିଲେ- ପୁଣି ତିଆରି ହେବ ରାମ ମନ୍ଦିର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ ସ୍ଥିତ ଅଫିସ୍ ‘ମଣିକର୍ଣ୍ଣିକା ଫିଲ୍ମସ୍‌’ରେ ବେଆଇନ୍ ନିର୍ମାଣ କାର୍ଯ୍ୟ ହୋଇଥିବା କହି ବିଏମ୍‌ସି (ବ୍ରିହାମ୍‌ମୁମ୍ବାଇ ମହାନଗର ନିଗମ)ପକ୍ଷରୁ ଆଜି ସେଗୁଡ଼ିକୁ ଭଙ୍ଗା ଯାଉଛି। ଆଉ ଏହାକୁ ନେଇ ରାଗି ଯାଇଥିବା କଙ୍ଗନା ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସହିତ ତୁଳନା କରିଥିବା ବେଳେ ସେଠାରେ ପୁଣି ମନ୍ଦିର ତିଆରି ହେବ ବୋଲି କହିଛନ୍ତି।

ଅଫିସ୍ ଭଙ୍ଗା ଘଟଣାକୁ ନେଇ କଙ୍ଗନା ଏକାଧିକ ଟ୍ୱିଟ୍ କରି ମହାରାଷ୍ଟ୍ର ସରକାରଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି।

ଗୋଟିଏ ଟ୍ୱିଟ୍‌ରେ ସେ ଲେଖିଛନ୍ତି- ମଣିକର୍ଣ୍ଣିକା ଫିଲ୍ମସ୍‌ରେ ମୁଁ ପ୍ରଥମ ଫିଲ୍ମ ଅଯୋଧ୍ୟାର ଘୋଷଣା କରିଥିଲି। ଏହା ମୋ ପାଇଁ ଏକ କୋଠା ନୁହେଁ। ଏହା ମୋ ପାଇଁ ରାମ ମନ୍ଦିର। ଆଜି ସେଠାକୁ ବାବର ଆସିଛି। ଆଜି ପୁଣି ଇତିହାସର ପୁନରାବୃତ୍ତି ହେବ। ରାମ ମନ୍ଦିର ପୁଣି ଭାଙ୍ଗିବ। ମନେ ରଖ ବାବର ଏହି ମନ୍ଦିର ପୁଣି ଗଢ଼ା ହେବ।


ସେହିପରି ଆଉ ଏକ ଟ୍ୱିଟ୍‌ରେ କଙ୍ଗନା ଲେଖିଛନ୍ତି ବାବର ଓ ତାଙ୍କ ଟିମ୍‌। ଏଥିରେ ସେ କିଛି ଫଟୋ ମଧ୍ୟ ଶେଆର କରିଛନ୍ତି, ଯେଉଁଥିରେ ପୁଲିସ୍ କର୍ମଚାରୀମାନେ ଅଛନ୍ତି। ତା’ସହିତ ବିଏମ୍‌ସି କର୍ମଚାରୀମାନେ ମଧ୍ୟ ଅଛନ୍ତି।


ଆଉ ଏକ ଟ୍ୱିଟ୍‌ କରି ସେ ପାକିସ୍ତାନ ବୋଲି ଲେଖିଛନ୍ତି। ଏଥିରେ ବି ତାଙ୍କ ଅଫିସ୍‌ ଭଙ୍ଗା ହେବାର ଫଟୋ ରହିଛି।


କଙ୍ଗନା ପୁଣି ଥରେ ମୁମ୍ବାଇକୁ ‘ପାକିସ୍ତାନ ଅଧିକୃତ କଶ୍ମୀର’ ବୋଲି କହିଛନ୍ତି। ଅନ୍ୟ ଏକ ଟ୍ୱିଟ୍ କରି ସେ କହିଛନ୍ତି- ମୁଁ କେବେ ଭୁଲ୍ ନଥିଲି। ମୋ ଶତ୍ରୁମାନେ ଏହାକୁ ବାରମ୍ବାର ପ୍ରମାଣିତ କରିଚାଲିଛନ୍ତି। ମୋ ମୁମ୍ବାଇ ଏବେ ପାକ୍‌ ଅଧିକୃତ କଶ୍ମୀର ହୋଇଯାଇଛି।

The post ମହାରାଷ୍ଟ୍ର ସରକାରଙ୍କୁ ବାବରଙ୍କ ସହିତ ତୁଳନା କଲେ କଙ୍ଗନା, କହିଲେ- ପୁଣି ତିଆରି ହେବ ରାମ ମନ୍ଦିର appeared first on Odisha Reporter.



from Odisha Reporter https://ift.tt/32c0eLO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages