କେନ୍ଦୁଝର (ପ୍ରଣୟ ପାଣି): ମଦ ପିଇ ସ୍ତ୍ରୀକୁ ପିଟୁଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କର ଦୁଇ ନାବାଳକ ପୁଅ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି କେନ୍ଦୁଝର ସଦର ଥାନା ବୋଦାପଳସା ମୁଣ୍ଡାସାହିରୁ।
ମୃତ ବ୍ୟକ୍ତି ଜଣଙ୍କ ହେଲେ ଲଙ୍କେଶ୍ୱର ମୁଣ୍ଡା।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ଦିନ ଲଙ୍କେଶ୍ୱର ମଦ ପିଇ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ। ଏହାଦେଖି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ତାଙ୍କର ଦୁଇ ନାବାଳକ ପୁଅ। ସେମାନେ ଏକ ଗାମୁଛାରେ ଲଙ୍କେଶରଙ୍କ ବେକକୁ ବାନ୍ଧି ଜୋରରେ ଭିଡ଼ି ଦେଇଥିଲେ। ଫଳରେ ସେଠାରେ ହିଁ ଲଙ୍କେଶ୍ୱରଙ୍କ ଜୀବନ ଚାଲିଯାଇଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ଦୁଇ ନାବାଳକ ଭାଇଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା କମିଟିକୁ ହସ୍ତାନ୍ତର କରିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ତାଙ୍କର ଦୁଇ ପୁଅ ମାରି ଦେଇଥିବା ନେଇ ଖବର ଆସିଥିଲେ। ମହିଳା ଜଣଙ୍କ ନିଶା ସେବନ କରି ଦୁଇ ପୁଅଙ୍କୁ ସବୁବେଳେ ପିଟୁଥିଲେ। ତେଣୁ ସେମାନେ ତାଙ୍କ ମା’ଙ୍କୁ ଲୁହା ରଡ୍ରେ ପିଟି ପିଟି ମାରି ଦେଇଥିଲେ ବୋଲି କୁହାଯାଇଥିଲା।
The post ବାପାର ତଣ୍ଟି ଚିପି ମାରିଦେଲେ ଦୁଇ ନାବାଳକ ପୁଅ appeared first on Odisha Reporter.
from Odisha Reporter https://ift.tt/2En5Tpi
No comments:
Post a Comment