୧୯୦ ଲିଟର ଦେଶୀ ମଦ ଜବତ, ୨ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 26, 2020

୧୯୦ ଲିଟର ଦେଶୀ ମଦ ଜବତ, ୨ଗିରଫ

ମୋହନା (ମିହିର ଯତି): ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ଅଂଚଳରେ ଅବକାରୀ ବିଭାଗ ଚଢ଼ଉ କରି ୧୯୦ ଲିଟର ଦେଶୀ ମଦ ଜବତ କରିବା ସହ ୨ ହଜାର ଲିଟର ପୋଚ ନଷ୍ଟ କରିଦେଇଛି। ବେଆଇନ ମଦ କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ, ଅଡ଼ବାର ମଦନ ମୋହନ ନାୟକ ଓ ମୋହନାର ରଶାନ୍ତ ନାୟକ ।

ଗତକାଲି ବ୍ରହ୍ମପୁର ଉପ ଆୟୁକ୍ତ ସାନ୍ତୁନୁ କୁମାର ନାୟକଙ୍କ ନିର୍ଦେଶରେ ଆର.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ମୋହନା ସମେତ ଅଡ଼ବା, ଲୁହଗୁଡି, ଟିଆମା ଓ ଶ୍ୟାମଚନ୍ଦ୍ରପୁର ଆଦି ଅଞ୍ଚଳରେ ଚଢ଼ଉ କରି ବିପୁଳ ପରିମାଣର ମଦ ଜବତ କରାଯାଇଥିଲା। ଅବକାରୀ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

The post ୧୯୦ ଲିଟର ଦେଶୀ ମଦ ଜବତ, ୨ଗିରଫ appeared first on Odisha Reporter.



from Odisha Reporter https://ift.tt/3j8dl6S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages