ବେଙ୍ଗାଲୁରୁ: ଜଣେ ନ୍ୟୁରୋସର୍ଜନ ଡାକ୍ତରଙ୍କ ନାମରେ ଇଣ୍ଟରଟନ ନର୍ସ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ଚଳିତ ବର୍ଷ ଜୁଲାଇରେ ତାଙ୍କୁ ଏକ ହୋଟେଲରେ ଡାକ୍ତର ଜଣଙ୍କ ଦୁଷ୍କର୍ମ କରିଥିଲେ ବୋଲି ପୀଡିତା ଜଣଙ୍କ ବର୍ତ୍ତମାନ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।
ପୁଲିସର କହିଛି, ଏହି ଦୁଷ୍କର୍ମ ଘଟଣା ଜୁଲାଇରେ ଘଟିଥିଲା, କିନ୍ତୁ ନ୍ୟୁରୋ ସର୍ଜନଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବି ସଂପୃକ୍ତ ଡାକ୍ତର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହା ପରେ ନର୍ସ ଜଣଙ୍କ ସେପ୍ଟେମ୍ବର ୧୯ରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମଧ୍ୟ ଅଭିଯୋଗ ଅନୁଯାୟୀ ଡାକ୍ତରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛି।
ନର୍ସ ଜଣଙ୍କ କହିଛନ୍ତି, ସେ ହସ୍ପିଟାଲରେ ଇଣ୍ଟରଟନ କରନ୍ତି। ଜୁଲାଇ ୧୫ ରେ ସଂପୃକ୍ତ ଡାକ୍ତର ଜଣଙ୍କ ତାଙ୍କୁ ଡାକ୍ତରଖାନା ବାହାରେ ଦେଖା କରିବାକୁ କହିଥିଲେ। ୱିସନ ଗାର୍ଡେନ ହୋଟେଲରେ ଦେଖା କରିବା ପାଇଁ ସେ ଠିକଣା ଦେଇଥିଲେ। ସେ ମୋତେ ହୋଟେଲ ରୁମକୁ ନେଇ ଯାଇଥିଲେ, ଏହାପରେ ମୋ ସହିତ ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିଥିଲେ । ପରେ ସେ ମୋତେ ବିବାହ ପ୍ରତିଶୃତି ଦେଇଥିଲେ। ଏମିତିକି ବିବାହ କରିବା ନାଁରେ ଭିଡିଓ କଲିଂ କରି ବ୍ଲାକମେଲ କରୁଥିଲେ। ଡାକ୍ତରଙ୍କ ଘର ଆନ୍ଧ୍ରପ୍ରଦେଶରେ। ଖୁବ ଶୀଘ୍ର ଡାକ୍ତର ଗିରଫ ହେବେ ବୋଲି ପୁଲିସ କହିଛି।
The post ଡାକ୍ତରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆାଣିଲେ ନର୍ସ appeared first on Odisha Reporter.
from Odisha Reporter https://ift.tt/3mSUDlT
No comments:
Post a Comment