ଚିନ୍ମୟୀଙ୍କ ସଫେଇ ‘ବିବାହ ପରଠୁ ଆଦିତ୍ୟଙ୍କ ସହ କୌଣସି ସମ୍ପର୍କ ନ ଥିଲା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

ଚିନ୍ମୟୀଙ୍କ ସଫେଇ ‘ବିବାହ ପରଠୁ ଆଦିତ୍ୟଙ୍କ ସହ କୌଣସି ସମ୍ପର୍କ ନ ଥିଲା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି ଚିନ୍ମୟୀ ମହାପାତ୍ରଙ୍କ ଉପରେ। ପୁଅର ମୃତ୍ୟୁ ପାଇଁ  ଆଦିତ୍ୟଙ୍କ ପରିବାର ଚିନ୍ମୟୀଙ୍କୁ ଦୋଷ ଦେଉଥିବା ବେଳେ ସେ ଏନେଇ ଗଣମାଧ୍ୟମକୁ ଦେଇଛନ୍ତି ନୂଆ  ସୂଚନା।

 

ଆଦିତ୍ୟ ଓ ତାଙ୍କ ଭିତରେ ପ୍ରେମ ସଂପର୍କ ଥିବା ଘଟଣାକୁ ସ୍ୱୀକାର କରୁଥିବା ଚିନ୍ମୟୀ କିନ୍ତୁ ତାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଚିନ୍ମୟୀଙ୍କ କହିବାନୁଯାୟୀ, ପ୍ରଥମେ ଫେସବୁକ୍ରୁ ବନ୍ଧୁତା ଆଉ ତାପରେ ପ୍ରେମିକା ହୋଇଥିଲେ ଚିନ୍ମୟୀ । ଆଦିତ୍ୟଙ୍କ ଆଶ୍ରମକୁ ବି ସେ ଏକାଧିକ ଥର ଯାଇଛନ୍ତି।  ୨୦୧୯ ଡିସେମ୍ବର ଯାଏ ଆଦିତ୍ୟ ତାଙ୍କୁ ବିବାହ କରିବା ଲାଗି ରାଜିଥିଲେ। ହେଲେ ୨୦୨୦ ଜାନୁଆରୀରୁ ଆଦିତ୍ୟ ତାଙ୍କଠାରୁ ଦୂରେଇବାକୁ ଆରମ୍ଭ କରିଥିଲେ ।  ବିବାହ ପରଠୁ କିନ୍ତୁ ଆଦିତ୍ୟଙ୍କ ସହ କୌଣସି ସମ୍ପର୍କ ରଖିନଥିଲେ ବୋଲି ଚିନ୍ମୟୀ କହିଛନ୍ତି ।

ଆତ୍ମହତ୍ୟାକୁ ବିରୋଧ କରୁଥିବା ଓ ଆତ୍ମହତ୍ୟା ନ କରିବାକୁ ଅନ୍ୟକୁ ବୁଝାଉଥିବା ଆଦିତ୍ୟ କେବେ ଆତ୍ମହତ୍ୟା କରି ନଥାଇପାରନ୍ତି  ବୋଲି ଦୃଢୋକ୍ତିର ସହ କହିଛନ୍ତି ଚିନ୍ମୟୀ।

The post ଚିନ୍ମୟୀଙ୍କ ସଫେଇ ‘ବିବାହ ପରଠୁ ଆଦିତ୍ୟଙ୍କ ସହ କୌଣସି ସମ୍ପର୍କ ନ ଥିଲା’ appeared first on Odisha Reporter.



from Odisha Reporter https://ift.tt/3lSKFAE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages