ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି; ବିଏମ୍‌ସି ରଖିବ କଡ଼ା ନଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି; ବିଏମ୍‌ସି ରଖିବ କଡ଼ା ନଜର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମହାନଗର ନିଗମରେ ଥିବା ଆଇସୋଲେସନ୍ ବ୍ୟବସ୍ଥା ପାଇଁ ଜାରି ହେଲା ନୂଆ ଏସ୍ଓପି । ହୋମ୍ ଓ ପେଡ୍ ଆଇସୋଲେସନ୍‌ରେ ଥିବା ବ୍ୟକ୍ତିଙ୍କ ଉପରେ ଏଣିକି ବିଏମ୍‌ସି ପକ୍ଷରୁ ରଖାଯିବ କଡ଼ା ନଜର । ୨୪ ଘଣ୍ଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ନେଇ ବିଏମ୍‌ସି  ପକ୍ଷରୁ ବ୍ୟବସ୍ଥା ହୋଇଛି ।

ହୋମ୍ ଆଇସୋଲେସନ୍‌ରେ ଥିବା ଲକ୍ଷଣବିହୀନ ଓ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ସେମାନଙ୍କ ସ୍ଥିତିକୁ ଦେଖି ସେବା ଯୋଗାଯିବ । କେଉଁ ବ୍ୟକ୍ତି କେତେ ଦିନ ଆଇସୋଲେସନରେ ରହିଛନ୍ତି ତଥା  ଆବଶ୍ୟକତା ଅନୁସାରେ ସେମାନଙ୍କୁ ସେବା ଯୋଗାଯିବ । ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୨୪ ଘଣ୍ଟିଆ ଟେଲିଫୋନ୍ ସେବା ଉପଲବ୍ଧ ରହିବ। ସେହି ଫୋନ୍ ନମ୍ବର ଦୁଇଟି ହେଲା, ୧୮୦୦ ୩୪୫ ୦୦୬୧ ଏବଂ ୦୬୭୪-୨୪୩୧୨୫୩ । ଯେଉଁଥିରେ ଆୟୂଷ ଡାକ୍ତର ଓ ସହାୟକ ଆକ୍ରାନ୍ତଙ୍କୁ ସାହାଯ୍ୟ କରିବେ । ତିନୋଟି ସିଫ୍ଟରେ ଡାକ୍ତରଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି ।

ଏହାସହ ପ୍ରତ୍ୟେକ ଜୋନ୍‌ରେ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମହଜୁଦ୍ ରଖିବା ନେଇ ଏସ୍ଓପିରେ ଉଲ୍ଲେଖ ରହିଛି। ଏହାଛଡ଼ା ଆକ୍ରାନ୍ତଙ୍କୁ କେଉଁଠାକୁ ସ୍ଥାନାନ୍ତର କରାଗଲା ସେ ନେଇ ମଧ୍ୟ ସବିଶେଷ ତଥ୍ୟ ରଖାଯିବା ବ୍ୟବସ୍ଥା ହୋଇଛି ।

The post ଆଇସୋଲେସନ୍ ବ୍ୟବସ୍ଥା ପାଇଁ ନୂଆ ଏସ୍ଓପି; ବିଏମ୍‌ସି ରଖିବ କଡ଼ା ନଜର appeared first on Odisha Reporter.



from Odisha Reporter https://ift.tt/3i2HP9R

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages