ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ୪ ଦିନ ବଢ଼ାଯାଇଛି । ୨୧ରୁ ଆରମ୍ଭ ହୋଇଥିବା ନାମଲେଖା ପ୍ରକ୍ରିୟା ୨୬ ବଦଳରେ ୩୦ ତାରିଖକୁ ବଢାଇ ଦିଆଯାଇଛି । CBSE ଓ ICSE ପିଲାଙ୍କ ଡିଜିଲକର ସାର୍ଟିଫିକେଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ମାସେ ଭିତରେ ଅରିଜିନାଲ ଦେବାକୁ ଅଣ୍ଡରଟେକିଂ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଡମିଶନ୍ ବେଳେ କୋଭିଡ୍ କଟକଣା ପାଳନ ପାଇଁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ରହିଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ।
ସୂଚନାଯୋଗ୍ୟ, ଗତ ୨୧ ତାରିଖରୁ ରାଜ୍ୟରେ ଯୁକ୍ତ ଦୁଇରେ ନାମଲେଖା ଆରମ୍ଭ ହୋଇଥିଲା। ପ୍ରଥମ କଟ୍ ଅଫ୍ ମାର୍କ ପାଇଁ ହାୟର ସେକେଣ୍ଡାରୀ ସ୍କୁଲଗୁଡ଼ିକରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଏହାର ସମୟ ଅବଧିକୁ ବଢ଼ାଇ ଦିଆଯାଇଛି।
The post ଯୁକ୍ତ ୨ ନାମଲେଖା ଅବଧି ବଢ଼ିଲା appeared first on Odisha Reporter.
from Odisha Reporter https://ift.tt/2ZZYUtT
No comments:
Post a Comment