OJEE ପାଇଁ ଅନଲାଇନ୍ ଆବେଦନର ଆଜି ଶେଷ ତାରିଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 22, 2020

OJEE ପାଇଁ ଅନଲାଇନ୍ ଆବେଦନର ଆଜି ଶେଷ ତାରିଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାତି ୧୨ଟା ପୂର୍ବରୁ ଛାତ୍ରଛାତ୍ରୀ OJEE ପାଇଁ ଅନଲାଇନ୍‌ରେ ଆବେଦନ କରିପାରିବେ ।  ଏଥିନିମନ୍ତେ  ଆଜି ରାତି ୧୨ଟା ପର୍ଯ୍ୟନ୍ତ  ଡେଡଲାଇନ୍ ରହିଛି । ସେହିପରି ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଅନ୍‌ଲାଇନ୍‌ ଫି ଜମା ପାଇଁ ଡେଡ୍‌ଲାଇନ୍ ରଖାଯାଇଛି । www.ojee.nic.in ଏବଂ www.odishajee.comରେ ଆବେଦନ କରିପାରିବେ ଆଶାୟୀ ।

ଆସନ୍ତା  ଅକ୍ଟୋବର ୧୨ତାରିଖରୁ ଆରମ୍ଭ ହେଉଛି ଓଜେଇଇ ପରୀକ୍ଷା । ଅକ୍ଟୋବର ୧୨ରୁ  ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ  ପରୀକ୍ଷା।  । ମୋଟ ୫୩ଟି ସେଣ୍ଟରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ରାଜ୍ୟ ଭିତରେ ୨୧ଟି ସହରର ୫୦ଟି କେନ୍ଦ୍ରରେ ପରୀକ୍ଷା ହେବ । ରାଜ୍ୟ ବାହାରେ ଆଉ ୩ଟି ସେଣ୍ଟର କରାଯାଇଛି। ରାଜ୍ୟ ବାହାରେ ରାଞ୍ଚି, କୋଲକାତା ଓ ପାଟନାରେ  ପରୀକ୍ଷା ହେବ।

The post OJEE ପାଇଁ ଅନଲାଇନ୍ ଆବେଦନର ଆଜି ଶେଷ ତାରିଖ appeared first on Odisha Reporter.



from Odisha Reporter https://ift.tt/2ROdUqb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages