ବେଡ୍‌ରୁମ୍‌ରେ ପଶି ଫଟୋ ଉଠାଇଲେ ୨ ଅଜଣା ବ୍ୟକ୍ତି, ପୁଲିସ୍‌କୁ ସୁରକ୍ଷା ମାଗିଲେ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

ବେଡ୍‌ରୁମ୍‌ରେ ପଶି ଫଟୋ ଉଠାଇଲେ ୨ ଅଜଣା ବ୍ୟକ୍ତି, ପୁଲିସ୍‌କୁ ସୁରକ୍ଷା ମାଗିଲେ ବର୍ଷା

କଟକ (ଓଡ଼ିଶା ରିପୋର୍ଟର): ଘନଉଛି ବର୍ଷା-ଅନୁଭବ ବିବାଦ। ଉଭୟ ମଧ୍ୟରେ ଫାଟ ସୃଷ୍ଟି ହୋଇସାରିଥିବା ବେଳେ ସମ୍ପର୍କ ଦିନକୁ ଦିନ ଅଧିକ ତିକ୍ତ ହେବାରେ ଲାଗିଛି। ଏପରି ସ୍ଥିତିରେ ଶାଶୁ ଘରେ ଥିବା ବର୍ଷା ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସ୍‌କୁ ସୁରକ୍ଷା ମାଗିଛନ୍ତି।  ଏନେଇ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ।

ବର୍ଷା  କରିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ସେ ଘରେ ଥିବା ବେଳେ ୨ ଜଣ ଅଜଣା ଯୁବକ ତାଙ୍କ ଘରେ ପଶିଥିଲେ। ବର୍ଷା ଘରେ ଖାଉଥିବା ବେଳେ ସେମାନେ ତାଙ୍କ ବେଡରୁମ୍‌ରେ ପଶି ଫଟୋ ଉଠାଇଥିବା ଅଭିଯୋଗ ଆଣିଛନ୍ତି ।

ଏପରି ଅଭିଯୋଗ ପରେ  ଅନୁଭବଙ୍କ କଟକ ନନ୍ଦିସାହି ଘରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ଜିଲ୍ଲା ସୁରକ୍ଷା ଅଧିକାରୀ । ବର୍ଷା ଅନୁଭବଙ୍କ ବିରୋଧରେ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚାରି ବୁଝିଛନ୍ତି ସୁରକ୍ଷା ଅଧିକାରୀ । ଏହାପରେ ବର୍ଷାଙ୍କ ସୁରକ୍ଷା ପାଇଁ ଜଣେ ମହିଳା ପୁଲିସ୍‌ କନଷ୍ଟେବଳ ମୁତୟନ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ବର୍ଷାଙ୍କ ବେଡରୁମ୍‌ରେ  ପଶି ୨ ଯୁବକ ଭିଡିଓ ସୁଟ କରିବା ବେଳର ଚିତ୍ର ବିଭିନ୍ନ ଗଣମାଧ୍ୟମରେ  ଓ   ସୋଶାଲ  ମିଡିଆରେ ମଧ୍ୟ ଭାଇରାଲ ହୋଇଥିବା ବେଳେ ଏହି ଭିଡ଼ିଓ ଗତକାଲିର କି ନୁହେଁ ତାହା ବର୍ଷାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଭିଡିଓରେ ବର୍ଷା କାହା ସହ କଥା  ହେଉଥିବା ଶୁଣିବାକୁ ମିଳୁଛି । ଯେଉଁ ଦୁଇ ଅଜଣା ଯୁବକ ବର୍ଷାଙ୍କ ବେଡରୁମ୍‌ରେ  ପଶି ଭିଡ଼ିଓ ସୁଟ୍ କରୁଥିଲେ ସେମାନଙ୍କ ଭିଡିଓ ମଧ୍ୟ ବର୍ଷା ସୁଟ୍ କରିଥିବା ଜଣାପଡ଼ିଛି ।

ଗତକାଲି ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ଘରେ ନିଜକୁ ସୁରକ୍ଷିତ ନମଣି ପୁଲିସ୍‌କୁ ଫୋନ୍ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ।  ଖବର ପରେ ପୁରୀ ଘାଟ ଥାନା ପୁଲିସ୍‌ ଅନୁଭବଙ୍କ ଘରେ ପହଞ୍ଚି   ପ୍ରାୟ ୨ ଘଣ୍ଟା ଧରି ବର୍ଷାଙ୍କ ସହ ଆଲୋଚନା କରି ଫେରିଥିଲା।   ଏପଟେ ଅନୁଭବଙ୍କ ବିରୋଧରେ କଟକ ଏସ୍‌ଡିଜେଏମ୍‌  କୋର୍ଟରେ ବର୍ଷା ଆଣିଥିବା ଘରୋଇ ହିଂସା ମାମଲାର ଶୁଣାଣି ଅକ୍ଟୋବର ୧୨କୁ ଘୁଞ୍ଚିଛି ।

ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରିନଥିବାରୁ ଶୁଣାଣି ହୋଇପାରି ନ ଥିବା ଜଣାଯାଇଛି ।  ବୈବାହିକ ଜୀବନକୁ ଚିରସ୍ଥାୟୀ କରିବା ଲାଗି ଫ୍ୟାମିଲି କୋର୍ଟରେ ବର୍ଷା କରିଥିବା ଆବେଦନର ଶୁଣାଣି ମଧ୍ୟ ଅକ୍ଟୋବର ୧୪କୁ ଘୁଞ୍ଚିଛି । ସେପଟେ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଅନୁଭବଙ୍କ  କରିଥିବା ଛାଡ଼ପତ୍ର ମାମଲାକୁ ଓଡ଼ିଶା ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ଯାଇପାରନ୍ତି ବର୍ଷା ପ୍ରିୟଦର୍ଶନୀ ।  ଏ ନେଇ ବର୍ଷାଙ୍କ ଓକିଲ ଦେଇଛନ୍ତି ସୂଚନା ।

The post ବେଡ୍‌ରୁମ୍‌ରେ ପଶି ଫଟୋ ଉଠାଇଲେ ୨ ଅଜଣା ବ୍ୟକ୍ତି, ପୁଲିସ୍‌କୁ ସୁରକ୍ଷା ମାଗିଲେ ବର୍ଷା appeared first on Odisha Reporter.



from Odisha Reporter https://ift.tt/3jZK5iL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages