ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଏଭଳି ଏକ ଘଟଣା ଘଟିଛି କେରଳର ପଟନମିଟ୍ଟା ଜିଲ୍ଲାର ଅରମମୁଲା ଅଞ୍ଚଳରେ।
ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ଏ ଘଟଣା ଘଟିଥିଲା। ଆମ୍ବୁଲାନ୍ସଟି ପାଖାପାଖି ମଧ୍ୟରାତ୍ରରେ ସ୍ଥାନୀୟ ଅଞ୍ଚଳର ଏକ କୋଭିଡ୍ ହସ୍ପିଟାଲ୍କୁ ଜଣେ ରୋଗୀଙ୍କୁ ନେଇ ଆସିଥିଲା। ସେଠାରେ ତାଙ୍କୁ ଛାଡ଼ିବା ପରେ ସେଠାରୁ ଉକ୍ତ ଯୁବତୀଙ୍କୁ ନେଇ ଅନ୍ୟ ଏକ କୋଭିଡ୍ ହସ୍ପିଟାଲ୍କୁ ଯାଉଥିଲା।
ତେବେ ବାଟରେ ଏକ ନିଛାଟିଆ ସ୍ଥାନରେ ଡ୍ରାଇଭର ଆମ୍ବୁଲାନ୍ସକୁ ରଖି ଉକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ସେ ଆମ୍ବୁଲାନ୍ସ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଏହା ପରେ ତାଙ୍କୁ ନେଇ ହସ୍ପିଟାଲ୍ରେ ଛାଡ଼ିଥିଲା। ତା’ସହିତ ଘଟଣା ସଂପର୍କରେ କାହାକୁ ନ କହିବାକୁ ସେ ଧମକ ଦେଇଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ଯୁବତୀ ଜଣଙ୍କ ଡାକ୍ତରଙ୍କୁ ସବୁକଥା କହିଥିଲେ। ଏହାପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା ଓ ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଥିଲା।
ଘଟଣା ଘଟିବାର କିଛି ସମୟ ମଧ୍ୟରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା। ତା’ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିଲା। ଏପରିକି ହତ୍ୟା ଉଦ୍ୟମ ଭଳି ମାମଲା ବି ତା’ ନାଁରେ ରହିଛି।
ଏ ଘଟଣା ସାମ୍ନାକୁ ଆସିବା ପରେ ତାକୁ କେମିତି ଚାକିରି ଦିଆଯାଇଥିଲା, ସେ ନେଇ ପ୍ରଶ୍ନ ଉଠିଛି। ରାଜ୍ୟର ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ଅସ୍ଥାୟୀ ନିଯୁକ୍ତି ମିଳିଥିଲା। ତେବେ ତାକୁ କେମିତି ନିଯୁକ୍ତି ମିଳିଲା, ସେ ନେଇ ତଦନ୍ତ କରାଯିବ ବୋଲି ସେମାନେ କହିଛନ୍ତି।
ଅନ୍ୟପକ୍ଷରେ ଏ ଘଟଣା ପରେ ଆମ୍ବୁଲାନ୍ସରେ ଅତିକମ୍ରେ ଦୁଇ ଜଣ କର୍ମଚାରୀ ରହିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ଆଉ ଯଦି ସେଥିରେ ମହିଳା ରୋଗୀ ଯିବେ, ତା’ହେଲେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ସୂଚନାଯୋଗ୍ୟ, ଦେଶରେ ଏଯାବତ୍ ୪୧,୧୩,୮୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧,୮୦,୮୬୬ ଜଣ ସୁସ୍ଥ ହୋଇସାରିଲେଣି। ୮,୬୨,୩୨୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦,୬୨୬ରେ ପହଞ୍ଚି ଯାଇଛି।
The post କରୋନା ଆକ୍ରାନ୍ତଙ୍କୁ ଦୁଷ୍କର୍ମ କରି ହସ୍ପିଟାଲ୍ରେ ଛାଡ଼ିଲେ ଆମ୍ବୁଲାନ୍ସ ଡ୍ରାଇଭର appeared first on Odisha Reporter.
from Odisha Reporter https://ift.tt/2FcZNYp
No comments:
Post a Comment