ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍‌; କହିଲେ- ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ ଓ ଅସୁଖୀ ମନେ କରୁଥିଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 6, 2020

ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍‌; କହିଲେ- ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ ଓ ଅସୁଖୀ ମନେ କରୁଥିଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତା ତଥା ଲୋକସଭା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷାଙ୍କ କାହାଣୀରେ ଆସିଛି ନୂଆ ଟ୍ୱିଷ୍ଟ୍। ଗତକାଲି ଅନୁଭବଙ୍କ ବିରୋଧରେ ବର୍ଷା କୋର୍ଟରେ ଦାଖଲ କରିଥିବା ପିଟିସନ ସାମ୍ନାକୁ ଆସିବା ପରେ ଆଜି ବର୍ଷାଙ୍କ ବିରୋଧରେ ଅନୁଭବ ଦାଖଲ କରିଥିବା ପିଟିସନ୍ ସାମ୍ନାକୁ ଆସିଛି। ବର୍ଷାଙ୍କ ବିରୋଧରେ  ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି।

୪୭ ପୃଷ୍ଠାର ଏହି ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉନଥିବା ସେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ସେ ଅସହଜ, ଅସୁଖୀ ମନେ କରୁଥିଲେ ବୋଲି ଅନୁଭବ ଏଥିରେ ଦର୍ଶାଇଛନ୍ତି।

ଅନୁଭବ ଏଥିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବାହାଘରର ପ୍ରଥମ ଦିନରୁ ସଂପର୍କ ରଖିବାକୁ ବର୍ଷା ଅରାଜି ଥିଲେ। ଶାରୀରିକ ସଂପର୍କ ରଖିବାକୁ ବର୍ଷା ୩/୪ ମାସ ସମୟ ମାଗିଥିଲେ। ସେ ବର୍ଷାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସମୟ ଦେଇଥିଲେ।

ସେ କହିଛନ୍ତି, ରାଜ୍ୟସଭା ସାଂସଦ ହେବା ପରେ ଦିଲ୍ଲୀରେ ବର୍ଷାଙ୍କ ସହ ରହିଥିଲି। ଦିଲ୍ଲୀରେ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରି ନିରାଶ ହୋଇଥିଲି। ଦିଲ୍ଲୀ ରହଣି ପରେ ଉଭୟେ କଟକ ଫେରିଥିଲୁ। କଟକକୁ ଫେରିବା ପରେ ବର୍ଷା ଖୁସିଥିଲେ।
କଟକ ଫେରିଲେ ଆମର ସଂପର୍କ ରହିବ ବୋଲି ବର୍ଷା କହିଥିଲେ। କିନ୍ତୁ ସେ ସଂପର୍କ ନ ରଖି ପୁଣି ୭/୮ ମାସ ସମୟ ମାଗିଥିଲେ।

ବର୍ଷା କେବେ ବୈବାହିକ ଖୁସି ଦେଇ ନଥିବା କଥା ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରି ଅଭିଯୋଗ କରିଛନ୍ତି, ବର୍ଷା ସବୁବେଳେ ମୋ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ସେ ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରେ ରହୁଥିଲେ। ଏହାକୁ ନେଇ ମୋ ସହ ଅଧିକାଂଶ ସମୟ ଝଗଡ଼ା କରୁଥିଲେ। ବର୍ଷା ଶାଶୁଘର ଖାଦ୍ୟ ପସନ୍ଦ କରୁ ନଥିଲେ କି ସେମାନଙ୍କ ସହ ମିଶୁ ନଥିଲେ। ସେ ବାପଘର ଯିବାକୁ ବାହାନା କରୁଥିଲେ। ସେଥିପାଇଁ ତାଙ୍କୁ ତାଙ୍କ ଇଚ୍ଛାରେ ଛାଡ଼ି ଦେଇଥିଲି।

ଅନୁଭବ କହିଛନ୍ତି ଯେ ସହଅଭିନେତ୍ରୀଙ୍କ ସହ ସଂପର୍କ ଥିବା ନେଇ ବର୍ଷା ମିଥ୍ୟା ଅଭିଯୋଗ କରୁଥିଲେ। ମିଥ୍ୟା କେସ୍‌ରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ। ନିଜ ବାପଘର ଲୋକଙ୍କ ଆଗରେ ବର୍ଷା ତାଙ୍କୁ ଅପମାନିତ କରୁଥିଲେ। ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ସେ ବିଫଳ ହୋଇଛନ୍ତି।

ବର୍ଷାଙ୍କ ସହ ରହିବାକୁ ତାଙ୍କର ଅନିଚ୍ଛା ସଂପର୍କରେ ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ୨୦୧୯ ମେ’ ୧ରୁ ଦୁହେଁ ଅଲଗା ରହିଆସୁଥିବା ଅନୁଭବ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରୁଛନ୍ତି।

 

 

The post ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ଛାଡ଼ପତ୍ର ପିଟିସନ୍‌; କହିଲେ- ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ ଓ ଅସୁଖୀ ମନେ କରୁଥିଲି appeared first on Odisha Reporter.



from Odisha Reporter https://ift.tt/2DxGbxO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages