ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ। କୋରନା ପାଇଁ ସଂସଦର ଉଭୟ ଗୃହରେ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ସାମାଜିକ ଦୂରତା ସହ ସଦସ୍ୟଙ୍କ ବସିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସାଂସଦଙ୍କ ବସିବା ସ୍ଥାନରେ ଫେସ୍ ସିଲ୍ଡ ଲଗାଯାଇଛି। ପେପର୍ ବଦଳରେ ଗୃହ କାର୍ଯ୍ୟକୁ ଡିଜିଟାଲ୍ କରିବାକୁ ଗୁରୁତ୍ୱ ଦିଆଯାଇଛି।
ଚଳିତ ଅଧିବେଶନରେ ଭାରତ-ଚୀନ୍ ସୀମା ବିବାଦ ଓ ଅର୍ଥନୀତି ଦୁରବସ୍ଥା ମୁଖ୍ୟ ପ୍ରସଙ୍ଗ ହୋଇପାରେ। ଏହାକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ।
ଏହାସହ ନୂଆ ଶିକ୍ଷା ନୀତି ଓ କରୋନା ପରିଚାଳନା ପ୍ରସଙ୍ଗ ବି ଉଠିପାରେ। ଅନ୍ୟପକ୍ଷରେ ଗଲଓ୍ୱାନ ଘାଟିରେ ହୋଇଥିବା ସଂଘର୍ଷ ଘଟଣାରେ ସରକାର ବିବୃତି ଜାରି କରିପାରନ୍ତି।
୧୮ ଦିନିଆ କାର୍ଯ୍ୟ ଦିବସ ବିଶିଷ୍ଟ ଚଳିତ ମୌସୁମୀ ଅଧିବେଶନ ଅକ୍ଟୋବର ୧ ତାରିଖରେ ଶେଷ ହେବ। କରୋନା ପାଇଁ ଏଥର ରାଜ୍ୟସଭା ଓ ଲୋକସଭା ସିଫ୍ଟ ଅନୁସାରେ ବସିବ।
ଆଜି ସକାଳ ୯ଟାରୁ ଗୋଟାଏ ଯାଏ ଲୋକସଭା ଅଧିବେଶନ ହେବାକୁ ଥିବା ବେଳେ ଅପରାହ୍ନ ୩ଟାରୁ ସଂଧ୍ୟା ୭ଯାଏ ରାଜ୍ୟସଭା ଅଧିବେଶନ୍ ବସିବ।
ଅଧିବେଶନ ପୂର୍ବରୁ ହେଉଥିବା ସର୍ବଦଳୀୟ ବୈଠକକୁ ଏଥର ବାତିଲ କରାଯାଇଛି। ୨୦ ବର୍ଷ ପରେ ଚଳିତ ବର୍ଷ କରୋନା ପାଇଁ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିନାହିଁ।
ଗତକାଲି ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଲୋକସଭା କାର୍ଯ୍ୟ ପରାମର୍ଶଦାତା ସମିତି ବୈଠକ। ଏଥିରେ ପ୍ରଶ୍ନକାଳ ଉଚ୍ଛେଦ, ଶୂନ୍ୟକାଳ କାଣ୍ଟଛାଣ୍ଟ ଉପରେ ଆଲୋଚନା ହୋଇଥିଲା।
ଅନ୍ୟପଟେ ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କ କୋଭିଡ୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଯାଞ୍ଚରୁ ୫ ସାଂସଦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
The post ଆଜିଠୁ ସଂସଦର ମୌସୁମୀ ଅଧିବେଶନ, କରୋନା ଯୋଗୁଁ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା appeared first on Odisha Reporter.
from Odisha Reporter https://ift.tt/2Fz3HeF
No comments:
Post a Comment