କୋଲକାତା: ପକ୍କା କାମ ସହିତ ଘର କାମ କରୁଥିବା ଜଣେ ବ୍ୟକ୍ତି ଆତଙ୍କବାଦୀ କାର୍ଯ୍ୟକଳାପରେ ଥିଲା। ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଆଜି ଏହି ଆତଙ୍କବାଦୀକୁ ଗିରଫ କରିଛି। ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଏହି ଆତଙ୍କବାଦୀ ଗିରଫ ହୋଇଛି। ଆତଙ୍କବାଦୀ ସଂଗଠନ ଅଲ କାଏଦାର ନିର୍ଦ୍ଦେଶରେ ସେ କାମ କରୁଥିଲା। ଗିରଫ ହୋଇଥିବା ଏହି ଆତଙ୍କବାଦୀର ନାମ ଶାମିମ, ସେ ମୁର୍ଶିଦାବାଦର ଜଲାଙ୍ଗୀ ନିବାସୀ।
ଗତ ସପ୍ତାହରେ ମୁର୍ଶିଦାବାଦ ଏବଂ କେରଳରୁ ଗିରଫ ହୋଇଥିବା ଅଲ କାଏଦା ଆତଙ୍କବାଦୀଙ୍କୁ ପଚରାଉଚରା କରିବା ପରେ ଶ୍ୟାମଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ ମୁର୍ଶିଦାବାଦରୁ ୬ ଜଣ ଏବଂ କେରଳର ଏର୍ଣ୍ଣାକୁଲମରେ ରେଡ୍ କରି ୩ ଜଣଙ୍କୁ ଏନଆଇଏ ଗିରଫ କରିଥିଲା। ମୋଟ୍ ଗିରଫ ସଂଖ୍ୟା ଏବେ ୧୦ରେ ପହଞ୍ଚିଛି।
ଏମାନଙ୍କ ପାଖରୁ ଏନଆଇଏ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଛି। ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଏମାନେ ବଢ଼ାଇବାରେ ସହଯାଗ କରୁଥିଲେ।
The post ପକ୍କା ମିସ୍ତ୍ରୀର ଆତଙ୍କବାଦୀ ଲିଙ୍କ୍, ବାନ୍ଧିଲା ଏନଆଇଏ appeared first on Odisha Reporter.
from Odisha Reporter https://ift.tt/3mZkYiq
No comments:
Post a Comment