ବାରିପଦା(ମାନିକ ଲାଲ ପାଣି): ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନକୁ କରୋନା ଆକ୍ରାନ୍ତ ସଂଖ୍ୟ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସେବା ଯୋଗାଇ ଦେବାପାଇଁ ପ୍ରଶାସନର ମୁଣ୍ଡ ବିନ୍ଧା ପାଲଟିଛି । ଏହିଭଳି ସ୍ଥିତିରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଠାରୁ ୩ ତାରିଖ ଶନିବାର ପର୍ଯ୍ୟନ୍ତ ବାରିପଦା ସହରକୁ ଶଟଡାଉନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ବାରିପଦାର ଯୁବ ସଂଗଠନ, ବ୍ୟବସାୟ ସଂଘ, ବଣିକ ସଂଘ, ଓକିଲ ସଂଘ ପରି ଅନେକ ସଂଗଠନ ଏହି ଶଟଡାଉନକୁ ଆହ୍ଵାନ କରିଛନ୍ତି । ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଜଣାଇଛନ୍ତି । ୨୭ତାରିଖ ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ ପମ୍ପ, କ୍ଷୀର, ଖବରକାଗଜ, ଔଷଧ ଦୋକାନକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ।
ଆଜି ସକାଳୁ ବାରିପଦା ସହରରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଚାଳାଚଳ କୁ କୋୖଣସି ପ୍ରତିବନ୍ଧକ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।
The post ଏହି ସହରରେ ଆଜିଠୁ ୭ ଦିନ ଶଟଡାଉନ appeared first on Odisha Reporter.
from Odisha Reporter https://ift.tt/2G6E2dE
No comments:
Post a Comment