ନୂଆଦିଲ୍ଲୀ: ବଲିଉଡ ଡ୍ରଗ୍ସ ଲିଙ୍କକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ଝଡ଼ ସୃଷ୍ଟି ହୋଇଛି। ସୋମବାର ଲୋକସଭାରେ ବିଜେପି ସାଂସଦ ତଥା ଅଭିନେତା ରବି କିଶନ୍ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ ଉତଥାପିତ କରିଥିଲେ। ମଙ୍ଗଳବାର ରବି କିଶନଙ୍କ ନାଁ ନ ନେଇ ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ତଥା ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏହାକୁ ବିରୋଧ କରିଛନ୍ତି।
ସାଂସଦ ବଚ୍ଚନ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଚ୍ରୀରୁ ସଂସଦକୁ ଆସିଥିବା ଜଣେ ମାନ୍ୟବର ସାଂସଦ ସୋମବାର ଲୋକସଭାରେ ବଲିଉଡକୁ ‘ଗଟର୍’ କହିବା ଦୁର୍ଭାଗ୍ୟଜନକ ଏବଂ ସଂପୃକ୍ତ ସାଂସଦଙ୍କ ଅଭିଯୋଗରେ ସେ ସହମତ ମୁହନ୍ତି। ଏପରିକି ସଂପୃକ୍ତ ସାଂସଦଙ୍କୁ ଏଭଳି କହିବାରୁ କେନ୍ଦ୍ର ସରକାର ବାରଣ କରିବାକୁ ରାଜ୍ୟସଭାରେ ଜୟା ଅନୁରୋଧ କରିଛନ୍ତି। ଜୟାଙ୍କ କହିବା କଥା ଯେ ନିର୍ଦ୍ଦିଷ୍ଟ କିଛି କଳାକାରଙ୍କ ଆଚରଣ ପାଇଁ ସାରା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ନିନ୍ଦିତ କରି ଆକ୍ଷେପ କରିବା ଠିକ୍ ନୁହେଁ। ଏହା ପରେ ଜୟା ଅଭିନେତ୍ରୀ କଙ୍ଗନାଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ କିଛି କଳାକାର ଯେଉଁ ଥାଳିରେ ଖାଉଛନ୍ତି, ସେହି ଥାଳିକୁ ଗୋଇଠା ମାରୁଛନ୍ତି। ଯେଉଁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସି ସେମାନେ ସଫଳତା ଓ ଲୋକପ୍ରିୟତା ପାଇଛନ୍ତି ସେହି ଇଣ୍ଡଷ୍ଟ୍ରୀ ବିରୋଧରେ ଏଭଳି ଶବ୍ଦ ବ୍ୟବହାର ନକରିବାକୁ ସେ ପରାମର୍ଶ ଦେଇଥିଲେ।
ଜୟାଙ୍କ ଏଭଳି ପ୍ରତିକ୍ରିୟାର ତୁରନ୍ତ ପାଲଟା ଜବାବ ଦେଇଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ୍। କଙ୍ଗନା ଟୁଇଟ୍ କରି କହିଛନ୍ତି ଯେ ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ୱେତା ଥାଆନ୍ତେ ଅବା ଆପଣଙ୍କ ପୁଅର ମୃତଦେହ ଝୁଲିଥାନ୍ତା, ତେବେ ହୁଏତ ଆପଣ ଏପରି କହି ନଥାନ୍ତେ।
The post ସଂସଦରେ ବଲିଉଡ୍ ଝଡ଼, ଜୟା ବଚ୍ଚନଙ୍କ ଟାର୍ଗେଟରେ କଙ୍ଗନା ଓ ରବି କିଶନ୍ appeared first on Odisha Reporter.
from Odisha Reporter https://ift.tt/2ZGYj0e
No comments:
Post a Comment