ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ମୋଦି ସରକାରକୁ ରାହୁଲଙ୍କ ସମାଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 15, 2020

ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ମୋଦି ସରକାରକୁ ରାହୁଲଙ୍କ ସମାଲୋଚନା

  • ପ୍ରବାସୀ ଶ୍ରମିକକୁ ନେଇ ସରକାରଙ୍କୁ ଘେରିଲେ ରାହୁଲ
  • ସୋମବାର ସରକାର କହିଥିଲେ ପ୍ରବାସୀ ଶ୍ରମିକଙ୍କ ତଥ୍ୟ ନାହିଁ
  • ସରକାରଙ୍କ ଅଂହକାର ପାଇଁ ପ୍ରବାସୀ ଶ୍ରମିକ ଅଡ଼ୁଆରେ ବୋଲି କହିଛନ୍ତି ରାହୁଲ୍

ନୂଆଦିଲ୍ଲୀ: ମା’ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। କରୋନା ଭାଇରସର ମୁକାବିଲା କରିବା ପାଇଁ ସରକାରଙ୍କ କାର୍ଯ୍ୟଶୈଳୀକୁ ରାହୁଲ ସମାଲୋଚନା କରିଛନ୍ତି। 

ରାହୁଲ ଗାନ୍ଧି ଟ୍ୱିଟ୍ କରି ଲେଖିଛନ୍ତି ଯେ କେତେ ପ୍ରବାସୀ ଶ୍ରମିକ ଲକଡାଉନରେ ଫସିଛନ୍ତି ଏବଂ କେତେ ଚାକିରି ହରାଇଛନ୍ତି ସେ ବାବଦରେ ମୋଦି ସରକାର ପାଖରେ ତଥ୍ୟ ନାହିଁ।

ସୋମବାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ସରକାରୀ ପ୍ରବାସୀ ଶ୍ରମିକଙ୍କ ବାବଦରେ କୌଣସି ରେକର୍ଡ ସରକାରଙ୍କ ପାଖରେ ନାହିଁ ବୋଲି କହିଥିଲେ। ଏହାପରେ ରାହୁଲ୍ ଟ୍ୱିଟ୍ କରି ସରକାରଙ୍କୁ ଘେରିଛନ୍ତି।

ସେ କହିଛନ୍ତି ଯେ ‘ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚଳିତ ସପ୍ତାହରେ ୫୦ ଲକ୍ଷ ଅତିକ୍ରମ କରିବ। ବିନା ଯୋଜନାରେ ଲକଡାଉନ୍ ପକାଇବା ଜଣେ ବ୍ୟକ୍ତିର ଅହଂକାରର ଫଳାଫଳ ବୋଲି ରାହୁଲ କହିଛନ୍ତି। ଏହି କାରଣ ପାଇଁ ଦେଶରେ କରୋନା ଭାଇରସ ବ୍ୟାପିଛି ବୋଲି ସେ କହିଛନ୍ତି।

The post ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ମୋଦି ସରକାରକୁ ରାହୁଲଙ୍କ ସମାଲୋଚନା appeared first on Odisha Reporter.



from Odisha Reporter https://ift.tt/3hxqFjp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages