ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ମନ୍ଦାରୀ ପଞ୍ଚାୟତ ମେଦୁଆକୁଳ ଗାଁରେ ପାଟରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ମୃତକ ଦ୍ୱୟ ହେଲେ ଶୁଭ୍ରଜିତ ବେହେରା (୨୪) ଓ ମିଟୁଲ ବେହେରା (୨୯)। ସେମାନେ ସଂପର୍କୀୟ ଭାଇ।
ସୂଚନା ଅନୁଯାୟୀ, ଆଜି ମେଦୁଆକୁଳ ଗାଁର ଏହି ଦୁଇ ସମ୍ପର୍କୀୟ ଭାଇ ପାଟ ପାଣିରେ କଦଳୀ ଭେଳାରେ ଯାଉଥିଲେ। ତେବେ କଦଳୀ ଭେଳାଟି ଓଲଟି ପଡ଼ିଥିଲା। ଫଳରେ ଉଭୟ ବନ୍ୟାଜଳରେ ବୁଡ଼ି ଯାଇଥିଲେ।
ଖବର ପାଇ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ବରୀ-ରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
The post କଦଳୀ ଭେଳା ଓଲଟି ପଡ଼ିବାରୁ ବୁଡ଼ି ଗଲେ ଦୁଇ ଭାଇ appeared first on Odisha Reporter.
from Odisha Reporter https://ift.tt/3bG9w65
No comments:
Post a Comment